fbpx

ପୁରୀରେ ଜଗନ୍ନାଥଙ୍କ ଦର୍ଶନ କଲେ ନୂଆ ଡିଜିପି: ପ୍ରତିକ୍ରିୟାରେ କହିଲେ ଏପରି, ଦେଖନ୍ତୁ Video

ପୁରୀ(ଓଡ଼ିଶା ଭାସ୍କର): ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ନୂଆ ଡିଜିପି ସୁନୀଲ ବଂଶଲ । ପତ୍ନୀଙ୍କ ସହିତ ଆସି ସେ ଠାକୁରଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ନୂଆ ଡିଜି ସୁନୀଲ ବଂଶଲ । ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ତାଙ୍କର ଦୀର୍ଘ ଦିନର ଇଚ୍ଛା ପୂରଣ ହୋଇଛି ବୋଲି ସେ କହିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଏଥିସହ ମହାପ୍ରଭୁଙ୍କ ପାଖରେ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ବଢୁଥିବା ବ୍ରାଉନସୁଗାର କାରବାରକୁ ରୋକିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଡିଜି ସୁନୀଲ ବଂଶଲ କହିଛନ୍ତି ।

ତେବେ ଗତ ୩୧ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ ବଂଶଲ । ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଥିଲେ।

Get real time updates directly on you device, subscribe now.