fbpx

ଭାରତୀୟ ନୌସେନାଙ୍କ ପାଇଁ ଜାରି ହେଲା ନୂଆ ଡ୍ରେସ୍ କୋଡ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ନୌସେନା କର୍ମଚାରୀଙ୍କ ପାଇଁ ଜାରି ହେବ ଡ୍ରେସ୍ କୋଡ୍ । ବେଡରୁମ୍ ଓ ଅଫିସର୍ସ ମେସ(ରେଷ୍ଟୁରାଷ୍ଟ)ରେ ପାରମ୍ପରିକ ପୋଷାକ ପିନ୍ଧିଥିବାର ନଜର ଆସିବେ । ଏନେଇ ମିଳଛି ମଞ୍ଜୁରୀ । ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ଡ୍ରେସକୁ ନୌସେନାରେ ସାମିଲ କରାଯାଇଛି । ସୂଚନା ଥାଉକି ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟୀର ହରଦୀପ ସିଂହ ସୋହି ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଭାରତୀୟ ନୌସେନାର ନୂତନ ଆଦେଶ ବିଷୟରେ ସୂଚନା ଦେଇଛନ୍ତି । ଏଣିକି ନୌସେନା କର୍ମଚାରୀମାନଙ୍କୁ କୁର୍ତ୍ତା- ପାଇଜାମା ଏବଂ ଜ୍ୟାକେଟ ପିନ୍ଧିବା ପାଇଁ ଅନୁମତି ମିଳିଛି । ନୌସେନା ଦ୍ୱାରା ଜାରି ବିଜ୍ଞପ୍ତିରେ ନୂତନ ଡ୍ରେସ୍ କୋଡ୍ ସମ୍ବନ୍ଧରେ ନିୟମ ରହିଛି ।

Get real time updates directly on you device, subscribe now.