fbpx

SBI ଗ୍ରାହକ ସାବଧାନ୍! Yono SMS ଲିଙ୍କ୍ ଜରିଆରେ ଏପରି ଚାଲିଛି ଠକେଇ, ବ୍ୟାଙ୍କ ଦେଲା ଚେତାବନୀ

ନୂଆଦିଲ୍ଲୀ: Phishing Attacks ଏବେ ଅତି ସାଧାରଣ କଥା ହୋଇଗଲାଣି । ଆଜିକାଲି ଇଣ୍ଟରନେଟ୍ ଯୁଗରେ ହ୍ୟାକରମାନେ ଆପଣଙ୍କ ରୋଜଗାର ଟଙ୍କାକୁ ଚୋରି କରିବାରେ ଲାଗିପଡିଛନ୍ତି । ସ୍କାମର ଗ୍ରାହକଙ୍କ ବ୍ୟକ୍ତିିଗତ ସୂଚନା ନେବା ପରେ ତାଙ୍କୁ ଫେକ୍ ଲିଙ୍କ ପଠାଇ ଟାର୍ଗେଟ କରୁଛନ୍ତି ।

ଏବେ ଆଉ ଥରେ ହ୍ୟାକରମାନେ ଗ୍ରାହକଙ୍କୁ ଟାର୍ଗେଟ କରିଛନ୍ତି । ଏଥର ଫେକ୍ ମେସେଜ୍ ଜରିଆରେ ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ୟୁଜର୍ସଙ୍କୁ ଟାର୍ଗେଟ କରାଯାଉଛି । ସ୍କାମର୍ସମାନେ ସେହି ଗ୍ରାହକଙ୍କୁ ଟାର୍ଗେଟ କରୁଛନ୍ତି, ଯେଉଁମାନେ SBI Yono ଆପ୍ ବ୍ୟବହାର କରୁଛନ୍ତି ।

ତେବେ SBI Yono ଆପ୍ କମ୍ପାନୀର ଏକ ବ୍ୟାକିଂ ଆପ୍, ଯେଉଁଥିରେ ଏସବିଆଇ ଗ୍ରାହକମାନେ SBI ର ସର୍ଭିସକୁ ବ୍ୟବହାର କରନ୍ତି । ଏହି ସ୍କାମରେ ହ୍ୟାକରମାନେ ଟାର୍ଗେଟ କରୁଥିବା ଗ୍ରାହକଙ୍କୁ ଏକ ମେସେଜ୍ ପଠାନ୍ତି । ଏଥିରେ SBI Yonoକୁ ନେଇ ଏକ ଫେକ୍ ଲିଙ୍କ ରହିଥାଏ ।

ମେସେଜରେ ଗ୍ରାହକଙ୍କୁ ଚେତାବନୀ ଦିଆଯାଏ କି, ଆପଣଙ୍କର SBI Yono ବ୍ଲକ ହୋଇଯିବ । ଏଥିରୁ ବର୍ତ୍ତିବା ପାଇଁ ଏହି ଲିଙ୍କରେ କ୍ଲିକ କରି ପାନ୍ କାର୍ଡ ଅପଡେଟ କରିବାକୁ କୁହାଯାଏ ।91Mobilesର ଏକ ରିପୋର୍ଟ ଅନୁସାରେ, ମେସେଜରେ ଯେଉଁ ଲିଙ୍କ ପଠାଯାଏ, ତାହା ପ୍ରାମାଣିକ ମନେହୁଏ ।

ଏହି ନକଲି ୱେବସାଇଟ ଗ୍ରାହକଙ୍କର ଅନେକ ସମ୍ବେଦନଶୀଳ ସୂଚନା ମାଗିଥାଏ । ଏହି ସୂଚନା ଦେବା ପରେ ହ୍ୟାକରମାନେ ଏହାର ଖରାପ ବ୍ୟବହାର କରନ୍ତି । ଏହା ମାଧ୍ୟମରେ ସେମାନେ ଫିସିଙ୍ଗ ଆଟାକ୍ କରିପାରନ୍ତି । ଏହାକୁ ନେଇ ଏସବିଆଇ ନିଜ ଗ୍ରାହକମାନଙ୍କୁ ଚେତାବନୀ ଦେଇଛି । କେବେବି ମେସେଜ ବା ହ୍ୱାଟ୍ସଆପରେ ଆସିଥିବା ଲିଙ୍କରେ କ୍ଲିକ ନକରିବାକୁ ବ୍ୟାଙ୍କ କହିଛି ।

Get real time updates directly on you device, subscribe now.