ଏଣିକି ଟ୍ୱିଟର(X)ରେ ବଡ ଆର୍ଟିକିଲ ବି ପୋଷ୍ଟ କରିପାରିବେ ୟୁଜର, ଜାଣନ୍ତୁ କିପରି ଏହା କରିବେ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଲିକାନା ବିଶିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(X) ଲଗାତର ୟୁଜର୍ସଙ୍କ ଲାଗି ନୂଆ ନୂଆ ଫିଚର ଆଣି ଆସୁଛି । ଏହି କ୍ରମରେ ଶୁକ୍ରବାର କମ୍ପାନୀ ଏହାର ଆର୍ଟିକିଲ୍ ଫିଚର ଉପସ୍ଥାପନ କରିଛି । ଫଳରେ ଏବେ ଆପଣ ଏହି ପ୍ଲାଟଫର୍ମରେ ଲଙ୍ଗ ଫର୍ମ ରିଟେନ୍ କଣ୍ଟେଣ୍ଟ ସେୟାର କରିପାରିବେ । ପ୍ରିମିୟମ ୟୁଜର୍ସ ଓ ଏକ୍ସ ସେବା ଲାଗି ପେମେଣ୍ଟ କରୁଥିବା ବ୍ୟକ୍ତି ଏବେ ଏହି ପ୍ଲାଟଫର୍ମରେ ବିଭିନ୍ନ ପ୍ରକାର ଷ୍ଟାଇଲିସ୍ ଟେକ୍ସଟ୍ , ଏମ୍‌ବେଡେଡ୍ ଇମେଜ୍ ଓ ଭିଡିଓ ସହିତ ଆର୍ଟିକିଲ୍ ପୋଷ୍ଟ କରିପାରିବେ ।
ଆର୍ଟିକିଲ୍ ବ୍ୟତିତ ଏଥିରେ ଇମେଜ୍‌, ଭିଡିଓ, ଜିଆଇଏଫ, ପୋଷ୍ଟ ଓ ଲିଙ୍କ ସାମିଲ କରାଯାଇ ପାରିବ । ଆପଣ ଆର୍ଟିକିଲକୁ ହେଡିଂ, ସବହେଡିଂ, ବୋଲ୍ଡ, ଇଟାଲିକ୍‌, ଷ୍ଟ୍ରାଇକଥ୍ରୁ, ନ୍ୟୁମେରିକାଲ ଓ ବୁଲେଟ୍ ସହିତ ମଧ୍ୟ ଦେଇପାରିବେ ।
ଏକ୍ସରେ ଆର୍ଟିକିଲ୍ କିପରି କମ୍ପୋଜ୍ କରିବେ:
-ସାଇଡ୍ ନାଭିଗେସନ ପାନେଲ ମାଧ୍ୟମରେ ଆର୍ଟିକିଲ୍ ଟ୍ୟାବକୁ ଯାଆନ୍ତୁ ।
-ରାଇଟ୍ WRITE ଉପରେ କ୍ଲିକ୍ କରନ୍ତୁ ।
-ଲେଖା ପ୍ରକାଶିତ ହେବା ପାଇଁ Done ଉପରେ କ୍ଲିକ୍ କରନ୍ତୁ । ଏହା ଆପଣଙ୍କୁ ଏବେ ଏକ୍ସ ପ୍ରୋଫାଇଲର ଆର୍ଟିକିଲ୍ସ ଟ୍ୟାବ ଉପରେ ନଜର ଆସିବ ।
ଏଡିଟ୍ କିପରି କରିବେ: ଆର୍ଟିକିଲ୍ ଟ୍ୟାବକୁ ଯାଇ ଥ୍ରୀ ଡଟ୍ ମେନ୍ୟୁରେ ଟ୍ୟାବ୍ କରି ଏଡିଟ୍ ଆର୍ଟିକିଲ୍ ଚୟନ କରନ୍ତୁ । ଏହାପରେ ଏହାକୁ କନଫର୍ମ କରନ୍ତୁ । ଆବଶ୍ୟକ ପରିବର୍ତ୍ତନ କରି ଏହାକୁ ରିପବ୍ଲିଶ କରନ୍ତୁ ।