fbpx

କରୋନାରୁ ସୁସ୍ଥ ହେବାର ୩ ମାସ ପରେ ଲାଗିବ ଟିକା: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ଟିକାକରଣ ଏବେ ୩ ମାସ ପରେ ହେବ । କରୋନା ଟିକାକରଣ ମାମଲାରେ ବିଶେଷଜ୍ଞ ଟିମ କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦିଆଯାଇଛି , ଯାହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଛି । ଏହି ପରାମର୍ଶ ଅନୁସାରେ, କରୋନା ମହାମାରୀରୁ ସୁସ୍ଥ ହେବା ପରେ ଟିକାକରଣକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରିବ ।

ଏହା ବ୍ୟତିତ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଟିକାକରଣ ପୂର୍ବରୁ କରୋନା ସଂକ୍ରମଣ ଯାଞ୍ଚ କରିବା ପାଇଁ ବ୍ୟକ୍ତିର ରାପିଡ ଆଣ୍ଟିଜେନ୍ ଟେଷ୍ଟ ଆବଶ୍ୟକ ନାହିଁ । ନିର୍ଦ୍ଦେଶ ମୁତାବକ, ଯଦି ଜଣେ ବ୍ୟକ୍ତି କୋଭିଡ ଟିକା ନେବା ପରେ ସଂକ୍ରମିତ ହୁଏ ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ୍ ନେବା ଉଚିତ୍ । ଏହା ସହ ସମସ୍ତ ସ୍ତନ୍ୟପାନେ କରାଉଥିବା ମହିଳାଙ୍କୁ ଟିକାକରଣ ପାଇଁ ପରାମର୍ଶ ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଯଦି କୌଣସି ବ୍ୟକ୍ତି ଗୁରୁତର ଅସୁସ୍ଥତା ହେତୁ ଡାକ୍ତରଖାନା କିମ୍ବା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି, ତେବେ ସୁସ୍ଥ ହେବାର ୪ ରୁ ୮ ସପ୍ତାହ ପରେ ଟିକା ଦିଆଯାଇପାରିବ। ସେହିପରି ଟିକାକରଣ ହେବାର ୧୪ ଦିନ ପରେ ଜଣେ ବ୍ୟକ୍ତି ରକ୍ତ ଦାନ କରିପାରିବେ ଏବଂ କରୋନାରେ ପୀଡିତ ବ୍ୟକ୍ତି RT – PCR ପରୀକ୍ଷାରେ ନେଗେଟିଭ ହେବାର ୧୪ ଦିନ ପରେ ରକ୍ତ ଦାନ କରିପାରିବେ।

Get real time updates directly on you device, subscribe now.