fbpx

ନୂଆ ସରକାର, ନୂଆ ଶାସନ: ଜୁଲାଇରୁ ବଦଳିଯିବ ବ୍ରିଟିଶ ଶାସନ, ଲାଗୁ ହେବ ପୋଲିସର ଭାରତୀୟ ନିୟମ

ନୂଆଦିଲ୍ଲୀ: ଜୁଲାଇ ମାସରୁ ବଦଳିଯିବ ଭାରତର ଶାସନ ପ୍ରଣାଳୀ । ହଟିବ ବ୍ରିଟିଶ ଶାସନ ଏବଂ ଲାଗୁ ହେବ ଭାରତୀୟ ନିୟମ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟକୁ ହଟାଇବେ କେନ୍ଦ୍ର ସରକାର । ଆସନ୍ତା ଜୁଲାଇ ମାସରୁ ଲାଗୁ ହେବାକୁ ଯାଉଛି ନୂଆ ପୋଲିସ ଆଇନ୍ । ଭାରତରେ ନୂଆ ସରକାର ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିବା ପରେ ବଦଳିବାକୁ ଯାଉଛି ଭାରତରେ ଚାଲିଥିବା ବ୍ରିଟିଶ ଶାସନ । ଏହାପରେ ଭାରତୀୟ ନ୍ୟାୟ ସଂହିତା ଜୁଲାଇ ମାସରୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । ଏଣିକି ଜୁଲାଇରୁ ଲାଗୁ କରାଯିବ ଭାରତୀୟ ନାଜରିକ ସଂହିତା । ଭାରତୀୟ ସାକ୍ଷ୍ୟ ଆଇନ୍ ମଧ୍ୟ ଜୁଲାଇ ମାସରୁ ହିଁ ଲାଗୁ ହେବ ବୋଲି କୁହାଯାଇଛି । ଏହି ନୂଆ ନିୟମ ଲାଗୁ କରିବା ନେଇ ଗୃହ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.