ଭୁବନେଶ୍ୱର, ୨୩ା୨ (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବନି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସ୍କୁଲ ଖୋଲିବା ନେଇ ବିଚାରବିମଶର୍ଷ ଚାଲିଛି ।
ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି ।
କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବା ନେଇ ଗତକାଲି ଅତିରିକ୍ତ ଶାସନ ସଚିବ ସମସ୍ତ ଡିଇଓମାନଙ୍କୁ ଚିଠି ଲେଖିଥିଲେ ।
କୋଭିଡ-୧୯ ଗାଇଡଲାଇନ ମାନିବା ପାଇଁ ସମସ୍ତ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି ।
ଏସଆରସି ଜାରି କରିଥିବା ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ କୁହାଯାଇଛି ।
କଟକଣା ନ ମାନିଳେ ନିୟମ ଅନୁଯାୟୀ ଦଣ୍ଡବିଧାନ କରାଯିବା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି ।
ଏଥିସହ ଥର୍ମାଲ ସ୍କ୍ରିନିଂ, ହାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି ।