fbpx

ଆସିଲା ନୂଆ ତଥ୍ୟ : ଫଳରୁ ବ୍ୟାପୁଛି ନିପା ଭାଇରସ୍

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ନିପା ଭାଇରସକୁ ନେଇ ଆତଙ୍କିତ । ଏଥିରେ ବହୁ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହା ମୁଖ୍ୟତଃ ବାଦୁଡ଼ିଙ୍କଠାରୁ ସୃଷ୍ଟି ହୋଇଥାଏ । ଭାରତରେ ବି ନିପା ଭୂତାଣୁ ଆତଙ୍କ ରଚିଛି । କେରଳରେ ଏହି ଭୂତାଣୁ ଯୋଗୁ ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ନିକଟରେ କେରଳ ମାଲାପୁରମର ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ତେବେ ଏହି ବାଳକର ମୃତ୍ୟୁ ପରେ ନୂଆ ତଥ୍ୟ ପଦାକୁ ଆସିଛି ।

ଏକ ଫଳ (ହଗ୍ ପ୍ଲମ୍ ଫ୍ରୁଟ୍)ରୁ ବାଳକଟି ନିପା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହା ସାମ୍ନାକୁ ଆସିବା ପରେ କେରଳରେ ଏବେ ଫଳ ଖାଇବାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି । ଗଛରେ ଫଳ ପାଚିବା ସମୟରେ ବାଦୁଡ଼ିମାନେ ତାହାକୁ ଖାଇ ଖଣ୍ଡିଆ କରି ଦିଅନ୍ତି । ଯାହାଫଳରେ ସେହି ଫଳ ଲୋକମାନେ ଖାଇ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି ।

ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । କେରଳର କୋଝିକୋଡରୁ ଏନଆଇଭି ପକ୍ଷରୁ ସଂଗୃହୀତ କିଛି ଫଳରୁ ନିପା ଭୂତାଣୁ ଠାବ ହୋଇଛି । ବାଦୁଡ଼ି ଏହାର ଲାଳ, ପରିସ୍ରା ଏବଂ ମଳ ଦ୍ୱାରା ବାହାରକୁ ଭୂତାଣୁ ଛାଡ଼ିଥାଏ । ଫଳଗୁଡ଼ିକ ଏସବୁ ସଂସ୍ପର୍ଶରେ ଆସିଲେ ଭୂତାଣୁ ସଂକ୍ରମିତ ହୋଇଥାଏ । ଯେଉଁ ଲୋକମାନେ ଉକ୍ତ ଫଳକୁ ଖାଇବେ ସେମାନେ ବି ଭୂତାଣୁ ଦ୍ୱାରା ସଂକ୍ରମିତ ହେବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.