fbpx

ଆସିଲା ନୂଆ କିଟ୍, ମାତ୍ର ୯୦ ମିନିଟରେ ଚିହ୍ନଟ ହେବ ଓମିକ୍ରନ ଭାରିଆଣ୍ଟ

ଦେଶରେ ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଶରେ ଚିନ୍ତାର କାରଣ ପାଲଟିଛି । ଜଣକ ହେଲେ ଏହି ଓମିକ୍ରନ ଭାରିଆଣ୍ଟକୁ ଏଣିକି ମାତ୍ର ୯୦ ମିନିଟରେ ଚିହ୍ନଟ କରାଯାଇପାରିବ । ଦିଲ୍ଲୀ ଆଇଆଇଟିର କୁସୁମ ସ୍କୁଲ ଅଫ ବାୟୋଲୋଜିକାଲ ସାଇନ୍ସ ପକ୍ଷରୁ ଏହି କିଟ୍ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସାରା ବିଶ୍ୱରେ ଓମିକ୍ରନ ଚିହ୍ନଟ ଲାଗି ଯେଉଁ ପ୍ରଣାଳୀ ଅବଲମ୍ବନ କରାଯାଉଛି ତାହା ୩ ଦିନ ଲାଗୁଛି । ମାତ୍ର ଦିଲ୍ଲୀ ଆଇଆଇଟିର ଏହି କିଟ୍ ଜରିଆରେ ମାତ୍ର ୯୦ ମିନିଟରେ ଟେଷ୍ଟ ସମ୍ପନ୍ନ ହେଉଥିବା କୁହାଯାଇଛି ।

ଏହି କିଟ୍ କରୋନା ଭାଇରସର ବିଭିନ୍ନ ମ୍ୟୁଟେସନକୁ ଚିହ୍ନଟ କରିପାରିବା ସହ ସିନ୍ଥେଟିକ ଡିଏନଏ ଫ୍ରାଗମେଣ୍ଟ ପ୍ରକ୍ରିୟା ଜରିଆରେ ଓମିକ୍ରନକୁ ଚିହ୍ନଟ କରିପାରୁଛି । ଏହି କିଟ୍ ଉଦ୍ଭାବନ କରାଯିବା ପରେ ଏଥିଲାଗି ପେଟେଣ୍ଟ ଆବେଦନ କରିଛି ଆଇଆଇଟି । ପୂର୍ବରୁ କୋଭିଡ ଭୂତାଣୁ ଚିହ୍ନଟ ଲାଗି ଏକ ସ୍ୱତନ୍ତ୍ର ଆରଟିପିସିଆର କିଟ୍ ଉଦ୍ଭାବନ କରିଥିବା ଆଇଆଇଟି ଦିଲ୍ଲୀ ଆଇସିଏମଆରର ସ୍ୱିକୃତି ଲାଭ କରିବା ପରେ ବଜାରରେ ଉପଲବ୍ଧ ହୋଇଥିଲା । ଦିଲ୍ଲୀ ଆଇଆଇଟିର ଏହି କିଟକୁ ସ୍ୱିକୃତି ମିଳିଲେ ଏହା ସାରା ବିଶ୍ୱରେ ଆଦୃତ ହୋଇପାରିବ ।

Get real time updates directly on you device, subscribe now.