ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିଛନ୍ତି । ଆଜି ଶପଥ ନେବେ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ନୂଆ ମନ୍ତ୍ରୀ । ଏଥିପାଇଁ ଲୋକସେବା ଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ମାନ୍ୟବର ରାଜ୍ୟପାଳ ମଧ୍ୟ ଲୋକସେବା ଭବନରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ଶପଥ ନେବାକୁ ଥିବା ଭାବୀ ବିଧାୟକମାନେ ମଧ୍ୟ ଲୋକସେବା ଭବନରେ ପହଞ୍ଚିଛନ୍ତି ।