fbpx

ଆର୍ଥିକ ସଂକଟରୁ ବାହାରିବା ପାଇଁ ଛପା ଯିବନି ନୋଟ୍: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ କାରଣରୁ ଉପୁଜିଥିବା ଆର୍ଥିକ ସଂକଟରୁ ବାହାରିବା ପାଇଁ ସରକାରଙ୍କର ମୁଦ୍ରା ନୋଟ୍ ଛାପିବାର କୌଣସି ଯୋଜନା ନାହିଁ ।

ଅର୍ଥମନ୍ତ୍ରୀକୁ ଏହା ପଚରାଯାଇଥିଲା ଯେ ଆର୍ଥିକ ସଂକଟଠାରୁ ବାହାରିବା ପାଇଁ ମୁଦ୍ରା ନୋଟ୍ ଛାପିବାର କୌଣସି ଯୋଜନା ଅଛି କି? ଅର୍ଥମନ୍ତ୍ରୀ ଲିଖିତ ଭାବରେ ପ୍ରଶ୍ନର ଉତ୍ତରରେ ‘ନା’ କହିଛନ୍ତି । ଅନେକ ଅର୍ଥଶାସ୍ତ୍ରୀ ଏବଂ ବିଶେଷଜ୍ଞ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ କୋଭିଡ୍-୧୯ ଦ୍ୱାରା ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ସାହାଯ୍ୟ କରିବା ପାଇଁ ଆଉ ଅଧିକ ମୁଦ୍ରା ନୋଟ୍ ଛପା ଯାଉ ।

ଅର୍ଥମନ୍ତ୍ରୀ ଲୋକସଭାରେ ପ୍ରଶ୍ନର ଉତ୍ତରରେ କହିଛନ୍ତି ୨୦୨୦-୨୧ ସମୟରେ ଭାରତର ଜିଡିପି ୭.୩ ପ୍ରତିଶତ କମିବାର ଆଶଙ୍କା ରହିଛି । ସେ କହିଛନ୍ତି ବିକାଶ ହାରରେ ମଧ୍ୟ ହ୍ରାସ ହେବାର ଅନୁମାନ କରାଯାଉଛି ଆଉ ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ଉପାୟ ଏହାର କାରଣ । ସେ କହିଛନ୍ତି ଲକଡାଉନ୍ ଖୋଲିବା ପରେ ଆର୍ଥବ୍ୟବସ୍ଥା ଧୀରେ ଧୀରେ ସୁଧୁରୁଛି । ଏହା ସହ ଆତ୍ମନିର୍ଭର ଭାରତ ମିଶନ ଅନ୍ତର୍ଗତ ସରକାରଙ୍କ ତରଫରୁ ମଧ୍ୟ ଦିଆଯାଉଥିବା ସମର୍ଥନ ଯୋଗୁଁ ଆର୍ଥିକ ବର୍ଷ ୨୦୨୦-୨୧ର ଦ୍ୱିତୀୟାର୍ଦ୍ଧରେ ଅର୍ଥବ୍ୟବସ୍ଥା ସୁଧୁରିବାର ମଧ୍ୟ ସମ୍ଭାବନା ରହିଛି ।

ଅର୍ଥବ୍ୟବସ୍ଥାକୁ ରାସ୍ତାକୁ ଫେରାଇଆଣିବା ପାଇଁ ପ୍ରାୟସ ବିଷୟରେ କହିବା ସହ ନିର୍ମଳା ସୀତାରମଣ କହିଛନ୍ତି ସରକାର ମହାମାରୀଠାରୁ ଲଢ଼ିବା ପାଇଁ ଆର୍ଥିକ ବିକାଶରେ ଗତି ଦେବାକୁ ଏବଂ ରୋଜଗାର ଦେବାକୁ ଆର୍ଥିକ ବର୍ଷ ୨୦୨୦-୨୧ ସମୟରେ ଆତ୍ମନିର୍ଭର ଭାରତ ଯୋଜନାରେ ୨୯.୮୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.