fbpx

ଦାୟିତ୍ୱ ନେଲେ ନୂଆ ଓପିଏସସି ଅଧ୍ୟକ୍ଷ

କଟକ, ୧ା୩ (ଓଡିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଶ୍ରୀ ମହାନ୍ତି ଅଗ୍ନିଶମ ଡିଜି ପଦବୀରୁ ଅବସର ନେଇଥିଲେ । ସେ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ଅଢ଼େଇ ବର୍ଷ କାର୍ଯ୍ୟ କରିବେ । ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ପୂର୍ବରୁ ଡିଜିପି ଓ ପୋଲିସ କମିଶନର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.