ରେଲୱେର ନୂଆ ନିୟମ! ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ଏହି ସ୍ୱତନ୍ତ୍ର କୋଡ୍ ଉପରେ ଧ୍ୟାନ୍ ଦିଅନ୍ତୁ, ନହେଲେ ମିଳିବନି ସିଟ୍
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ବର୍ତ୍ତମାନ ଟ୍ରେନ୍ ଟିକେଟ୍ ବୁକିଂ କରିବାବେଳେ ଆପଣଙ୍କୁ କିଛି ସ୍ୱତନ୍ତ୍ର କୋଡ୍ ଉପରେ ଧ୍ୟାନ ଦେବାକୁ ପଡିବ, ନଚେତ୍ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଭାରତୀୟ ରେଳ ସିଟର ବୁକିଂ କୋଡ ଓ କୋଚ୍ କୋଡରେ କିଛି ବଡ଼ ପରିବର୍ତ୍ତନ କରାଯାଇଛି । ରେଳବାଇ ଟ୍ରେନରେ ଏକ ନୂତନ ପ୍ରକାରର କୋଚର ଶୁଭାରମ୍ଭ କରିଛି । ଏହି କୋଡ୍ ମାଧ୍ୟମରେ ଯାତ୍ରୀ ଟିକେଟ୍ ବୁକିଂ କରିବା ସମୟରେ ନିଜ ମନ ପସନ୍ଦର ସିଟ୍ ବାଛିପାରିବେ । ରେଳବାଇ ଦେଶର ଅନେକ ରୁଟରେ ଭିଷ୍ଟାଡୋମ୍ କୋଚ୍ ମଧ୍ୟ ଆରମ୍ଭ କରିଛି । ରେଲୱେରେ ଅନେକ ଅତିରିକ୍ତ କୋଚ୍ ଆରମ୍ଭ କରିବାକୁ ଯାଉଛି । ଏଥିରେ ଏସି-୩ ସ୍ତରର ଇକୋନୋମୀ ଶ୍ରେଣୀ ମଧ୍ୟ ସାମିଲ ରହିଛି ।
ତେବେ ଆସନ୍ତୁ ଜାଣିବା କେଉଁ କୋଚର ବୁକିଂ ପାଇଁ କୋଡ୍ କ’ଣ ରହିଛି । ଏହି ଲିଷ୍ଟରେ ପ୍ରଥମେ କୋଚର କ୍ଲାସ ରହିଥିବା ବେଳେ ପରେ ତାର ବୁକିଂ କୋଡ ଓ କୋଚ କୋଡ୍ ରହିଛି ।
କୋଚ କ୍ଲାସ ବୁକିଂ କୋଡ କୋଚ କୋଡ୍
ଭିଷ୍ଟାଡୋମ୍(Vistadome)- V.S. AC DV
ସ୍ଲିପର(Sleeper)- S.L. S
ଏସି ଚେୟାରକାର- C.C C
ଥାର୍ଡ ଏସି- 3A B
ଏସି ଥ୍ରୀ ଟିୟର ଇକୋନୋମୀ 3E M
ସେକେଣ୍ଡ ଏସି CC J
ଗରୀବ ରଥ ଏସି ଥ୍ରୀ ଟିୟର 1A H
ଗରୀବ ରଥ ଚେୟାରକାର E.C E
ଫାଷ୍ଟ ଏସି 1A H
Executive Class E.C E
Experience Class E.A K
ଫାଷ୍ଟ କ୍ଲାସ୍ F.C F
Vistadome AC E.V E.V