fbpx

Ayushman Bharat Scheme: କିନ୍ନର ମାନଙ୍କୁ କେନ୍ଦ୍ରର ଭେଟି,ଏଣିକି ଏହି ଯୋଜନାର ଲାଭଉଠାଇପାରିବେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଟ୍ରାନ୍ସଜେଣ୍ଡରମାନଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଦେବାକୁ ଘୋଷଣା କରିଛନ୍ତି। ବୁଧବାର ଦିନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ମଧ୍ୟରେ ଏକ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଏହା ଦ୍ୱାରା ଦେଶର ପଞ୍ଜୀକୃତ ଟ୍ରାନ୍ସଜେଣ୍ଡର ମାନଙ୍କୁ ଲାଭଦାୟକ ହେବ।

ଏହି ସ୍କିମ ରେ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ଉପଲବ୍ଧ ହେବ: ବର୍ତ୍ତମାନ ଟ୍ରାନ୍ସଜେଣ୍ଡରମାନେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ସୁରକ୍ଷ ଯୋଜନା (PMJAY) ଅଧୀନରେ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ପାଇବେ। ଚୁକ୍ତିନାମା ଅନୁଯାୟୀ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଟ୍ରାନ୍ସଜେଣ୍ଡରଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ଖର୍ଚ୍ଚ ବହନ କରିବ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ସମୟରେ ସଚିବ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ, ଆର ସୁବ୍ରମଣ୍ୟମ୍ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧିକାରୀ ଆର.ଏସ୍ ଶର୍ମା ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ଟ୍ରାନ୍ସଜେଣ୍ଡର ଆୟୁଷମାନ କାର୍ଡ ତିଆରି କରିବାରେ ସକ୍ଷମ ହେଇପାରିବେ: ଏହି ଆୟୁଷ୍ମାନ ଭାରତ ଯୋଜନାର ଫାଇଦା ନେବାକୁ ଟ୍ରାନ୍ସଜେଣ୍ଡରମାନଙ୍କୁ ସେମାନଙ୍କର ଆୟୁଷ୍ମାନ ଭାରତ କାର୍ଡକୁ ସିଧାସଳଖ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣରୁ ପ୍ରସ୍ତୁତ କରିବାକୁ ପଡିବ। ଏହା ବ୍ୟତୀତ, ସେହି ଟ୍ରାନ୍ସଜେଣ୍ଡର ଯେଉଁମାନେ ପଞ୍ଜୀକୃତ ନୁହଁନ୍ତି, ସେମାନଙ୍କୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବାକୁ ପ୍ରଥମେ ସାମାଜିକ ନ୍ୟାୟ ମନ୍ତ୍ରଣାଳୟରେ ପଞ୍ଜିକରଣ କରିବାକୁ ପଡିବ । ଏହା କରିବା ପରେ ତାଙ୍କ ନାମ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ତାଲିକାରେ ଆସିବ।

Get real time updates directly on you device, subscribe now.