fbpx

ଶ୍ରୀମନ୍ଦିର ଦର୍ଶନ ନେଇ ନୂଆ ଏସଓପି ଜାରି

ପୁରୀ, ୨୩ା୧୨ (ଓଡିଶା ଭାସ୍କର): ୯ ମାସ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଅନୁମତି ଆଜି ମିଳିଛି । ତେବେ ପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ ତରଫରୁ ଏସଓପି ଜାରି କରାଯାଇଛି । ଭକ୍ତମାନେ ଏହାକୁ ମାନି ଦର୍ଶନ କରିପାରିବେ ।

ନିୟମ ଅନୁଯାୟୀ, ଭକ୍ତମାନେ ପ୍ରତିମାଙ୍କୁ ଛୁଇଁପାରିବେନି । ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାର ଜରୁରୀ । ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ହାତକୁ ସାନିଟାଇଜର କରିବେ । ମନ୍ଦିର ଭିତରେ ଦୀପ ଜାଳିବାକୁ ବାରଣ କରାଯାଇଛି । ପାନ, ଗୁଟଖାକୁ ବର୍ଜନ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.