ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ ନିୟମ । ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି ।
ବୀମା ନଥିବା ଗାଡ଼ି ଗଡିଲେ କଟିବ ଚାଲାଣ । ପ୍ରଥମ ଥର ଧରା ପଡ଼ିଲେ ୧ ହଜାର ଟଙ୍କା ଜରିମାନା । ବାରମ୍ବାର ନିୟମ ଉଲଂଘନ କଲେ ୪ ହଜାର ଜରିମାନା ଦେବାକୁ ପଡିବ ।
ବୀମା ନ ଥିଲେ ଗାଡ଼ି ଘରେ ରଖିବାକୁ ଏସଟିଏଙ୍କ ପରାମର୍ଶ ।
ରାଜ୍ୟ ସରକାର ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନୂଆ ନିୟମ କରିଛନ୍ତି । ନୂଆ ଞ୍ଜୟମ ଅନ୍ତର୍ଗତ ଉଭୟ ଦୁଇ ଚକିଆ ଏବଂ ଚାରି ଭାକିଆ ଯାନର ବୀମା ବାଧ୍ୟତାମୂଳକ ବୀମା ନଥିଲେ ଗାଡି ଚାଳକଙ୍କୁ ଫାଇନ ଦେବାକୁ ପଡିବ ।