Breaking: ନବ ଦାସ ହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ
ନୂଆ ମୋଡ଼ ନେଲା ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣା। ମୁଖ୍ୟମନ୍ତ୍ରୀଙ୍କୁ ନବଙ୍କ ପତ୍ନୀଙ୍କ ଚିଠି।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣା। ନୂଆ ମୋଡ଼ ନେଲା ହତ୍ୟା ମାମଲା। ଦୀର୍ଘ ଦେଢ ବର୍ଷ ପରେ ହେବ ଆକ୍ସନ। ପୁଅ କି ଝିଅ ନୁହେଁ ନିଜେ ପତ୍ନୀ ଚାହୁଁଛନ୍ତି ସ୍ୱାମୀଙ୍କ ପ୍ରକୃତ ଦୋଷୀ ଧରାପଡୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ୍ କରିଛନ୍ତି।
ଇ-ମେଲରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି ନବ ଦାସଙ୍କ ପତ୍ନୀ ମୀନତି ଦାସ। କେବଳ ଇ-ମେଲ୍ କରିଛନ୍ତି ତାହା ନୁହେଁ। ଇ-ମେଲ୍ ସହ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟାଲରେ ଚିଠି ମଧ୍ୟ ଲେଖିଛନ୍ତି ପତ୍ନୀ ମୀନତି।
CBI ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଜଣାପଡିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କରିଛନ୍ତି ନବଙ୍କ ପତ୍ନୀ। ଏହି ଇ-ମେଲ୍ ଓ ଚିଠି ଗତ ୧୧ ତାରିଖରେ ଜହୋଇଥିବା ନେଇ ସୂଚନା ମୀଳିଛି। ଚିଠି ହୋଇଥିବା ନେଇ ସ୍ୱୀକାର କରିଛନ୍ତି ପୁଅ ବିଶାଳ ଦାସ।
ପୂର୍ବରୁ ସିବିଆଇ ତଦନ୍ତ ନେଇ ଅନେକ କଥା ଉଠୁଥିଲା। ନବଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କ ସହ ସିବିଆଇ ଟିମ୍ ମଧ୍ୟ ଆଲୋଚନା କରିଥିବା କଥା କୁହାଯାଉଥିଲା। ହେଲେ ଏହି ତଦନ୍ତ ଯଥାଶୀଘ୍ର ହେଉ ବୋଲି ଚାହୁଁଛନ୍ତି ପତ୍ନୀ ବୋଲି କୁହାଯାଉଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଆଲୋଚନା କରିବାକୁ ଚାହୁଁଛନ୍ତି ମୀନତି।