fbpx

ଦେଶରେ ଖୋଲିବାକୁ ଯାଉଛି ନୂଆ ପ୍ରକାରର ବ୍ୟାଙ୍କ, ଏହା ୨୪ ଘଣ୍ଟା କାମ କରିବ ଓ ୭ ଦିନ ଖୋଲା ରହିବ: RBI

ନୂଆଦିଲ୍ଲୀ: ଆଗାମୀ ଦିନମାନଙ୍କରେ ବ୍ୟାଙ୍କିଂ ସେକ୍ଟରକୁ ନେଇ କେନ୍ଦ୍ର ସରକାର କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜନ ଧନ ଆକାଉଣ୍ଟ ପରେ ଏବେ ୨୪ ଘଣ୍ଟିଆ ଓ ସାତ ଦିନିଆ ବ୍ୟାଙ୍କିଂ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ଲକ୍ଷ୍ୟକୁ ପୂରଣ କରିବା ସକାଶେ ଗତ ବଜେଟରେ ସରକାର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଂ ୟୁନିଟ୍ (ଡିବିୟୁ) ଖୋଲିବା ପାଇଁ ଘୋଷଣା କରିଥିଲେ । ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ନୂଆ ଡିଜିଟାଲ ବ୍ୟାଙ୍କିଂ ୟୁନିଟସ୍ ଖୋଲିବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି ।

ଜଣାପଡ଼ିଛି ଯେ, ଏହି ସମସ୍ତ ଗାଇଡଲାଇନ୍ କମର୍ସିଆଲ ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ଲାଗୁହେବ । ଏଥିରେ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ, ପେମେଣ୍ଟସ ବ୍ୟାଙ୍କ ଓ ସ୍ଥାନୀୟ ଅଞ୍ଚଳର ବ୍ୟାଙ୍କଗୁଡ଼ିକ ସାମିଲ ହେବେ ନାହିଁ । ଡିଜିଟାଲ ବ୍ୟାଙ୍କିଂ ୟୁନିଟରେ ଏଣ୍ଟ୍ରି ଓ ଏଗିଜଟର ପ୍ରାବଧାନ ରହିବ । ଡିଜାଇନ ଓ ଫର୍ମାଟ କ୍ଷେତ୍ରରେ ଡିବିୟୁ ସାଧାରଣ ବ୍ୟାଙ୍କ ଆଉଟଲେଟଠାରୁ ଅଲଗା ହେବ । ବିଶେଷ କରି ଡିଜିଟାଲ ବ୍ୟାଙ୍କିଂ ୟୁଜର୍ସଙ୍କ ପାଇଁ ଏହା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

ଆରବିଆଇର ରୁଲ୍ ମୁତାବକ, ପ୍ରତ୍ୟେକ ବ୍ୟାଙ୍କରେ ସ୍ମାର୍ଟ ଇକ୍ୱିପମେଣ୍ଟ ଲଗାଇବାକୁ ପଡ଼ିବ । ଏଥିରେ ବୈଦ୍ୟୁତିକ ଟେଲର ମେଶିନ, ବୈଦ୍ୟୁତିକ ବ୍ୟାଙ୍କର, ସର୍ଭିସ ଟର୍ମିନଲ, ଟେଲର, କ୍ୟାଶ ରିସାଇକଲର୍ସ ଇଣ୍ଟ୍ରେକ୍ଟିଭ ଡିଜିଟାଲ ୱାଚ ସାମିଲ ରହିବ । ଏହାଛଡ଼ା ଡକ୍ୟୁମେଣ୍ଟସ ଅପଲୋଡିଂ, ସେଲ୍ଫ ସର୍ଭିସ କାର୍ଡ ଜାରି କରୁଥିବା ମେଶିନ, ଭିଡିଓ କେୱାଇସିର ସମସ୍ତ ସାମଗ୍ରୀ ଏହି ଡିବିୟୁରେ ରହିବ । ଏଥିରେ ବ୍ୟାଙ୍କ ସମ୍ବନ୍ଧୀୟ ପ୍ରତ୍ୟେକ ସର୍ଭିସ୍ ମିଳିବ । ଏହି ଡିବିୟୁରେ ଗ୍ରାହକମାନେ ନିଜେ ନିଜେ ଖାତା ଖୋଲିବା ସହ ବ୍ୟାଙ୍କିଂ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିପାରିବେ ।

Get real time updates directly on you device, subscribe now.