fbpx

Gmailରେ ଆସୁଛି ନୂଆ ଅପଡେଟ୍: ବଦଳିଯିବ To, Cc ଓ Bccର ତରିକା

ନୂଆଦିଲ୍ଲୀ: ଗୁଗଲ ନିଜର ଜିମେଲ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଜିମେଲରେ ଟୁ, ସିସି ଓ ବିସିସିରେ ସୁଧାର ଆଣିବ । ଏହି ନୂଆ ଅପଡେଟ୍ ଆସିବା ପରେ ୟୁଜର୍ସଙ୍କ ପାଇଁ ଇମେଲ ଲେଖିବା ବହୁତ ସହଜ ହୋଇଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

ତେବେ ସୂଚନା ମୁତାବକ, ଏଣିକି ଟୁ, ସିସି ଓ ବିସିସିର ବ୍ୟବହାର କରିବା ସମୟରେ ୟୁଜର୍ସଙ୍କୁ ରାଇଟ୍ କ୍ଲିକ୍ ମେନୁ ଅପ୍ସନ ମିଳିବ । ଏହା ଉପରେ କ୍ଲିକ କରି ୟୁଜର୍ସ ରେସିପେଣ୍ଟଙ୍କ ପୂରା ନାମ ଓ ଇମେଲ ଦେଖିପାରିବେ । ଉକ୍ତ ସ୍ଥାନରେ କଣ୍ଟାକ୍ଟକୁ ଏଡିଡ ଓ ଇମେଲ ଆଡ୍ରେସକୁ କପି କରାଯାଇପାରିବ । ଏହାଛଡ଼ା ୟୁଜର୍ସ ରେସିପେଣ୍ଟଙ୍କ ଇନଫରମେସନ୍ କୋଡ୍ ମଧ୍ୟ ଖୋଲି ଦେଖିପାରିବେ । ଏନେଇ ଗୁଗଲ ନିଜର ବ୍ଲଗରେ ସୂଚନା ପ୍ରଦାନ କରିଛି ।

ଆପଣ ଟାଇପ୍ କରିଥିବା ଇମେଲ ଆଡ୍ରେସ ଠିକ୍ ବା ଭୁଲ ରହିଛି, ତାହା ଗୁଗଲ ଆପଣଙ୍କୁ ସୂଚନା ଦେବ । ଯଦି ତାହା ଭୁଲ ଥାଏ ତେବେ ଇମେଲ ପଠାଇବା ପୂର୍ବରୁ ଏକ ଏରର୍ ମେସେଜ୍ ଦେଖାଯିବ । ଗୁଗଲ ଏବେ ନିଜର ୱେବ ୟୁଜର୍ସଙ୍କୁ ଏହି ଫିଚର ରୋଲଆଉଟ୍ କରିବା ଆରମ୍ଭ କରିଦେଇଛି । ଏହା ଗୁଗଲ ୱାକସ୍ପେସ, ସ୍ୟୁଟ ବେସିକ ଓ ବିଜିନେସ କଷ୍ଟମର୍ସଙ୍କ ପାଇଁ ଜାରି କରାଯିବ । ପର୍ସନାଲ ଗୁଗୁଲ ଆକାଉଣ୍ଟଧାରୀ ଏହି ଫିଚରକୁ ବ୍ୟବହାର କରିପାରିବେ ନାହିଁ ବୋଲି ଗୁଗଲ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.