fbpx

ଆଗକୁ ଆସିବ କରୋନାର ନୂଆ ନୂଆ ଭାରିଏଣ୍ଟ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଭବିଷ୍ୟତରେ ପୁଣି କରୋନାର ଭୟଙ୍କର ଭାରିଏଣ୍ଟ ସାମନାକୁ ଆସିପାରେ । ଏହାକୁ ନେଇ ସମଗ୍ର ବିଶ୍ୱରେ ପୁଣି ଆତଙ୍କର ବାତାବରଣ ଖେଳିଯାଇଛି । ବର୍ତ୍ତମାନ ଅଧିକାଂଶ ଦେଶରେ କୋଭିଡ୍ ଭ୍ୟାକ୍ସିନେସନ ପରେ ବି ସଂକ୍ରମଣ ବଢ଼ିବାରେ ଲାଗିଲାଣି । ତେବେ ଆଗାମୀ ସମୟରେ କରୋନାର ନୂଆ ନୂଆ ଭାରିଆଣ୍ଟ ଦେଖିବାକୁ ମିଳିବ । ଏହାର ପ୍ରଭାବରେ ଲୋକମାନେ ସଂକ୍ରମିତ ହେବେ । ଯେ ପର୍ଯ୍ୟନ୍ତ ଲୋକମାନେ ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବେ, ସେ ପର୍ଯ୍ୟନ୍ତ ନୂଆ ନୂଆ ଭାରିଏଣ୍ଟ ଦେଖିବାକୁ ମିଳିବ । ଅର୍ଥାତ ନୂଆ ଭାରିଅଣ୍ଟ ଅଧିକ ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ, ଏବେ ବି ଦୁନିଆର ଅର୍ଦ୍ଧାଧିକ ପ୍ରତିଶତ ଲୋକ ଟିକା ନେଇନାହାନ୍ତି । ତେବେ ଏହି ପରିପ୍ରେକ୍ଷୀରେ କିଛି ମାସ ବା ବର୍ଷ ପର୍ଯ୍ୟନ୍ତ ଭାଇରସ୍ ଭୟଙ୍କର ହେବାର ସମ୍ଭାବନା ରହିଛି । ଭାଇରସ୍ ନିଜର ନକଲ ତିଆରି କରିବାରେ ସକ୍ଷମ ହୋଇଥାଏ, ଯାହାକି ଛୋଟ ଛୋଟ ଭାରିଏଣ୍ଟକୁ ଜନ୍ମ ଦେଇପାରେ । ଏହି ଛୋଟ ଭାରିଏଣ୍ଟ ଭାଇରସକୁ ଜୀବିତ ରଖିବାରେ ସହାୟତା କରିଥାଏ । ଆମେରିକାର ପେନସିଲଭାନିଆ ୟୁନିଭର୍ସିଟିର ଏକ୍ସପର୍ଟ ଏଣ୍ଡ୍ର୍ୟୁ ରୀଡଙ୍କ ମତରେ, ଯେତେବେଳେ କୌଣସି ଭାଇରସ୍ ଏକ ନୂଆ ପ୍ରଜାତିକୁ ସଂକ୍ରମିତ କରିଥାଏ ସେତେବେଳେ ତାହାକୁ ବିସ୍ତାର କରିବା ପାଇଁ ନୂଆ ହୋଷ୍ଟର ଆବଶ୍ୟକ ହୋଇଥାଏ । ସେହିପରି ଭାଇରସ୍ ଇମ୍ୟୁନିଟିକୁ ଦୁର୍ବଳ କରିଦେବାର ସମ୍ଭାବନା ରହିଥିବାରୁ ଭ୍ୟାକ୍ସିନକୁ ଅପଡେଟ କରିବା ଦରକାର । ଯେପରି ପ୍ରତ୍ୟେକ ବର୍ଷ ଫ୍ଲୁର ଭ୍ୟାକ୍ସିନ ଦିଆଯାଉଛି, ଅନୁରୂପ ଭାବେ କୋଭିଡ୍ ଭ୍ୟାକ୍ସିନ ଦିଆଯିବା ଦରକାର ବୋଲି ଫ୍ରେଡ ହଚିଂସନ କ୍ୟାନସର ରିସର୍ଚ୍ଚ ସେଣ୍ଟରର ଭାଇରସ୍ ଏକ୍ସପର୍ଟ ଜୋଶୁଆ ଶିଫର ମତ ଦେଇଛନ୍ତି ।

Get real time updates directly on you device, subscribe now.