୨୦୦ ରନ ପାର କଲା ନ୍ୟୁଜିଲାଣ୍ଡ, ମିଚେଲ ୬୩ ରନ କରି ହେଲେ ଆଉଟ୍
ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଚାଲିଛି।
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡମଧ୍ୟରେ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ
ନିଜ ଶେଷ ଲିଗ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଥିଲା। ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା।
ନ୍ୟୁଜିଲାଣ୍ଡ ପାଇଁ ଡେରିଲ ମିଚେଲ ୯୧ ବଲରେ ୫୦ ରନ କରିଛନ୍ତି। ୪୫ତମ ଓଭରରେ ନ୍ୟୁଜିଲାଣ୍ଡ ୨୦୦ ରନ ପାର କରିଛି। ସେ ୧୦୧ ବଲରେ ୬୩ ରନର ଇନିଂସଏ ଖେଳି ଆଉଟ ହୋଇଯାଇଛନ୍ତି। ସେ ଏହି ଇନିଂସ ସମୟରେ ମାତ୍ର ୩ଟି ଚାରି ମାରିଛନ୍ତି। ନ୍ୟୁଜିଲାଣ୍ଡର ବର୍ତ୍ତମାନ ସ୍କୋର ୨୧୬ ରହିଛି।