fbpx

ଶ୍ମଶାନରେ ମୃତ ଶିଶୁ ଜୀବିତ ହେବା ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଶିଶୁ ମୃତ, ଦେଖନ୍ତୁ Video

କେନ୍ଦୁଝର(ଓଡ଼ିଶା ଭାସ୍କର): ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ନବଜାତ ଶିଶୁକୁ ଶ୍ମଶାନରେ ପୋତାଯାଉଥିବା ବେଳେ ହଠାତ୍ କାନ୍ଦି ଉଠିବା ପରେ ହଟାତ୍ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ଖଡ଼ିକା ପଡ଼ାଗାଁରେ ବୁଧବାର ଏହି ଘଟଣା ଘଟିଥିଲା । ଏହି ଘଟଣା ପରେ ତୁରନ୍ତ ଉକ୍ତ ଶିଶୁକୁ ଶ୍ମଶାନରୁ ଫେରାଇ ନେଇ ଡାକ୍ତରଖାନାରେ ପହଁଞ୍ଚିଥିଲେ ପରିବାର ଲୋକେ । ପରେ ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା ।

କିନ୍ତୁ ଏହି ଘଟଣାରେ ଆସିଛି ଏକ ବଡ଼ ଖବର । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅନେକ ଚେଷ୍ଟା ପରେ ବି ଶିଶୁଟି ଶେଷ ନିଶ୍ୱାସ ତ୍ୟାଗ କରିଛି ।

ତେବେ ଖଡ଼ିକାପଡ଼ାର ସନିଆ ମୁଣ୍ଡାଙ୍କ ସ୍ତ୍ରୀ ରାଇମଣି ବୁଧବାର ପ୍ରସବ ବେଦନା ଭୋଗିବାରୁ ତାଙ୍କୁ କରଥିଆ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ ପରେ ଡାକ୍ତର ଶିଶୁ ପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ । ରାଇମଣି ଚିକିତ୍ସାଧୀନ ଥିବା ବେଳେ ସନିଆ ଶିଶୁକୁ ଏକ ବ୍ୟାଗରେ ପୂରାଇ ଗାଁକୁ ଆସିଥିଲେ । ପୋତିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶିଶୁଟି ହଠାତ୍ କାନ୍ଦି ଉଠିଥିଲା । ସେ ଜୀବିତ ଥିବା ଜାଣି ସନିଆ ସଙ୍ଗେ ସଙ୍ଗେ ତାକୁ ପୁଣି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । ଆଇସିୟୁରେ ରଖି ଶିଶୁ ପୁତ୍ରର ଚିକିତ୍ସା କରାଯାଉଥିବା ବେଳେ ତାର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.