fbpx

Breaking; ପୁଣିଥରେ ନବଜାତ ଶିଶୁ ଅଦଳବଦଳ: ହସ୍ପିଟାଲରେ ପରିବାର ଲୋକଙ୍କ ହଙ୍ଗାମା

Advertisement

ରାୟଗଡ଼ା: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରେ ପୁଣିଥରେ ନବଜାତ ଶିଶୁ ଅଦଳବଦଳ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ମାମଲା ଜାଣିବାକୁ ମିଳିଛି । ଏହି ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ନବଜାତ ଶିଶୁ ହସ୍ପିଟାଲ ପରିସରରେ ଅଦଳବଦଳ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ହସ୍ପିଟାଲରେ ହଙ୍ଗାମା ଦେଖିବାକୁ ମିଳିଛି ।

ପୂର୍ବରୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏଭଳି ଏକ ଶିଶୁ ଅଦଳବଦଳ ଘଟଣା ସାମ୍ନାକୁ ଆସିଥିଲା । ଗତ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ପୁଅ ହୋଇଛି କହି ମେଡିକାଲ କର୍ତ୍ତୃପକ୍ଷ ଝିଅ ଦେଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ତେବେ କିଛି ଦିନ ପରେ ଡିଏନଏ ରିପୋର୍ଟରୁ ଝିଅ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଥିଲା । ଏନେଇ ସୂଚନା ଦେଇଥିଲେ ଡିସିପି ପ୍ରତିକ୍ ସିଂ ।

Get real time updates directly on you device, subscribe now.