fbpx

ନବଜାତକୁ ମୃତ ଘୋଷଣା କଲେ ଡାକ୍ତର, କିନ୍ତୁ ଅନ୍ତିମ ସଂସ୍କାର ପୂର୍ବରୁ ଚେଇଁଉଠିଲା ଶିଶୁ

ଗୁଆହାଟୀ: ଆସାମର ସିଲଚର ସହରର ଏକ ଘରୋଇ ଡାକ୍ତରଖାନାରେ ଡାକ୍ତରଙ୍କ ଦ୍ୱାରା ଯେଉଁ ନବଜାତ ଶିଶୁକୁ ମଅତ ଘୋଷଣା କରାଯାଇଥିଲା, ସେ ଅନ୍ତିମ ସଂସ୍କାର ପୂର୍ବରୁ ଜୀବିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବୁଧବାର ସକାଳେ ଏହି ଘଟଣା ଘଟିଛି ।

ଶିଶୁର ପିତା ୨୯ ବର୍ଷିୟ ରତନ ଦାସ କହିଛନ୍ତି ଯେ, ମଙ୍ଗଳବାର ରାତିରେ ସେ ତାଙ୍କର ୬ ମାସର ଗର୍ଭବତୀ ପତ୍ନୀଙ୍କୁ ସିଲଚରର ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ, ଗର୍ଭାବସ୍ଥାରେ ସମସ୍ୟା ରହିଛି ଏବଂ ମା -ପିଲା ଭିତରୁ ଜଣକୁ ହିଁ ବଞ୍ଚାଯାଇପାରିବ ।

ସେ କହିଛନ୍ତି କି, “ଆମେ ତାଙ୍କୁ ସନ୍ତାନ ପ୍ରସବ କରିବାକୁ ଅନୁମତି ଦେଇଥିଲୁ । ସେ କହିଥିଲେ ଯେ ମୋ ପତ୍ନୀ ଏକ ମୃତ ସନ୍ତାନକୁ ଜନ୍ମ ଦେଇଛନ୍ତି । ବୁଧବାର ସକାଳେ ଆମକୁ ମୃତଦେହ ଏବଂ ମୃତ୍ୟୁ ପ୍ରମାଣପତ୍ର ମିଳିଲା । ମୃତ ଶରୀର ଥିବା ଏକ ପାର୍ସଲ ଆମକୁ ଦିଆଯାଇଥିଲା ।”

ସିଲଚର କ୍ରେମେଟୋରିୟମରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର ପାଇଁ ଯେତେବେଳେ ପାର୍ସଲ ଖୋଲିଲୁ, ସେବେ ପିଲାଟି କାନ୍ଦୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଶିଶୁକୁ ନେଇ ମେଡିକାଲରେ ପହଞ୍ଚିଥିଲୁ, ଯେଉଁଠାରେ ଏବେ ପିଲାର ଚିକିତ୍ସା ଚାଲିଛି ।

ଏହା ପରେ ସିଲଚରର ମଲିନିବିଲ ଅଞ୍ଚଳର ଲୋକମାନେ ବହୁ ସଂଖ୍ୟାରେ ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ଥାନୀୟ ନାଗରିକ ସୁଜିତ ଦାସ ଚୌଧୁରୀ ଦାବି କରିଛନ୍ତି ଯେ, ଡାକ୍ତରଖାନା କର୍ମଚାରୀ ଶିଶୁଟିକୁ ଜୀବିତ ଅଛନ୍ତି କି ନାହିଁ ତାହା ସଠିକ୍ ଭାବରେ ଜାଣି ନପାରି ଶିଶୁକୁ ୮ ଘଣ୍ଟାରୁ ଅଧିକ ସମୟ ଅଳିଆ ପରି ପ୍ୟାକେଟରେ ରଖିଥିଲେ । ପରିବାର ସଦସ୍ୟ ଡାକ୍ତରଖାନା ଏବଂ ଡାକ୍ତରଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । ତେବେ ପୋଲିସ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛି ।

Get real time updates directly on you device, subscribe now.