fbpx

ନୂଆ ମାଲିକକୁ ଛାଡ଼ି ପୁରୁଣା ମାଲିକକୁ ଭେଟିବା ପାଇଁ ୨୭ ଦିନରେ ୬୪ କିଲୋମିଟର ଚାଲିଲା କୁକୁର

ନୂଆଦିଲ୍ଲୀ: ଆଜିର ଦିନରେ ମଣିଷକୁ ଯଦି କୁକୁର ଠାରୁ କିଛି ଶିଖିବାର ଅଛି ତାହା ହେଉଛି ବିଶ୍ୱସନୀୟତା। ସେମାନେ ଏତେ ଭରଷା ଯୋଗ୍ୟ ହୋଇଥାନ୍ତି ଯେ, ବର୍ଷ ବର୍ଷ ଧରି ନିଜ ମାଲିକ ଠାରୁ ଦୁରରେ ରହିଲେ ମଧ୍ୟ ସେମାନେ ତାଙ୍କୁ ଭୁଲନ୍ତି ନାହିଁ ଏବଂ ସୂଯୋଗ ପାଇଲେ ସେଠାରେ ପହଞ୍ଚି ଯାଆନ୍ତି। ଏଭଳି ଏକ ହୃଦୟସ୍ପର୍ଷୀ ଘଟଣା ଦେଖିବାକୁ ମିଳିଛି ଆୟର୍ଲାଣ୍ଡରେ।

ଏଠାରେ ବର୍ତ୍ତମାନ ଏକ କୁକୁର ବିଷୟରେ ଅନେକ ଆଲୋଚନା ହେଉଛି କାରଣ ଆୟରଲାଣ୍ଡରେ ଏକ କୁକୁର ଏହାର ବିଶ୍ୱସ୍ତତା ପ୍ରମାଣ କରିଛି। ଏହା ସହିତ ଏହି ଖବରରୁ ଏହା ଏକ ଶିକ୍ଷା ମଧ୍ୟ ମିଳିଛି ଯେ, ମଣିଷ ମାନେ ଚତୁର ଓ ବୁଦ୍ଧିମାନ ହୋଇପାରନ୍ତି କିନ୍ତୁ କୁକୁରମାନେ ସରଳ ମାନସିକ, ସେମାନେ ନିଃସ୍ୱାର୍ଥପର ଭାବରେ ଭଲ ପାଆନ୍ତି।

ସୂଚନା ଅନୁଯାୟୀ ଏହି କୁକୁର(କୂପର) ପୁରୁଣା ମାଲିକଙ୍କ ଘରକୁ ଆସିବା ପାଇଁ ପ୍ରାୟ ୬୪ କିଲୋମିଟର ଚାଲିଛି, ଯେଉଁଥି ପାଇଁ ଲୋକମାନେ ଏହି କୁକୁରର ଖୁବ୍ ପ୍ରଶଂସା କରୁଛନ୍ତି । ଦି ସନ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ଉତ୍ତର ଆୟର୍ଲାଣ୍ଡର ଡୁଗାନନ୍ ସହରରେ ଏହି ଘଟଣା ଘଟିଛି । କପୁର୍ ନାମକ ଏହି କୁକୁରଟି ନିଜର ପୁରୁଣା ମାଲିକକୁ ଭେଟିବା ପାଇଁ ୨୭ ଦିନରେ କୁକୁର ୬୪ କିଲୋମିଟର କିଲୋମିଟର ଦୂର ଯାତ୍ରା କରିଛି ।

ଖବର ମୁତାବକ ନିଗେଲ ନାମକ ଜଣେ ଫଟୋଗ୍ରାଫର ତାଙ୍କୁ ଏକ ପୋଷା ଦୋକାନରୁ କିଣିଥିଲେ । ସେ ପ୍ରାୟ ୬୪ କିଲୋମିଟର ଦୂରରେ ଥିବା ଟୋବରମୋରର ସହରରେ କୁକୁରଟିର ପିଲା ଦିନ କଟିଥିଲା । ତେବେ ପୂର୍ବରୁ ତାର ତାକୁ ବିକ୍ରି କରିଦେବାରୁ ସେ ବାସହୀନ ହୋଇପଡିଥିଲେ । ତାଙ୍କ ଭାଇ ଜର୍ଜ ମଧ୍ୟ ତା ସହିତ ଥିଲା ।

ଏପ୍ରିଲ୍ ୧ ରେ ସେ କୂପର ସହିତ ଘରେ ପହଞ୍ଚିବା ମାତ୍ରେ ସେ ଅନୁଭବ କଲେ ଯେ ଉଭୟ ମିଶି ରହିଯିବେ। ତା’ପରେ ସେ କପୁର୍ ଏବଂ ମାଲି’କୁ କାରରୁ ବାହାର କରିଦେଲେ। ତେବେ କାରର କବାଟ ଖୋଲିବା ମାତ୍ରେ କୂପର ଏତେ ଦ୍ରୁତ ଗତିରେ ଦୌଡ଼ିଲା ଯେ ନିଗଲ୍ ତାଙ୍କୁ ଧରି ପାରିନଥିଲେ। ଏହାପରେ କୂପର ର ସନ୍ଧାନ ଆରମ୍ଭ ହେଲା ଏବଂ ପୋସ୍ ନାମକ ଏକ ସଂଗଠନ ସହିତ ନିଗେଲ୍ ତାଙ୍କୁ ଖୋଜିବା ଆରମ୍ଭ କଲେ। ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଦିନରାତି ଖୋଜିବା ପରେ ମଧ୍ୟ କପୁର ର କୌଣସି ପତ୍ତା ମିଳି ନଥିଲା। ହଠାତ୍, ଏପ୍ରିଲ୍ ୨୬ ରେ, ପାଉସ୍ ସଂଗଠନ ଏକ କଲ ପାଇଲା ଯେ କୂପର କୁ ଟୋବରମୋରରେ ଦେଖିବାକୁ ମିଳିଥିଲା। ପ୍ରାୟ ୨୭ ଦିନରେ କୂପର ୬୪ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ତାର ପୁରୁଣା ଘରେ ପହଞ୍ଚିଥିବାରୁ ନିଗେଲ ଏବଂ ସଂଗଠନ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।

ଏହି ଘଟଣା ବିଷୟରେ ପାଉସର ମୁଖପାତ୍ର ସୂଚନା ଦେଇଛନ୍ତି ଯେ କୁକୁର ରାସ୍ତା ଅତିକ୍ରମ କରିଛି, ଜଙ୍ଗଲ ଅତିକ୍ରମ କରିଛି, କ୍ଷେତ ଅତିକ୍ରମ କରି ଖାଇବା ପିଇବା ବିନା ୨୭ ଦିନ ଧରି ୬୪ କିଲୋମିଟର ଦୂରରେ ଯାତ୍ରା କରିବା ପରେ ଯେଉଁ ସ୍ଥାନରେ ସେ ତାର ପିଲା ଦିନ କଟାଇ ଥିଲା। ସେ କହିଛନ୍ତି ଯେ କୂପର ‘ର ଉଦ୍ଧାର କାର୍ଯ୍ୟର ଅଂଶ ହୋଇଥିବାରୁ ସେ ବହୁତ ଖୁସି। ସେହିପରି କପୁର ର ମାଲିକ ନିଗେଲ କହିଛନ୍ତି ଯେ କୁକୁରଟି ବର୍ତ୍ତମାନ ଘରକୁ ଫେରିଛି ଏବଂ ଧୀରେ ଧୀରେ ନିଜର ଥକା ମେଂଟାଉଛି। ସେ ମଧ୍ୟ ଅଳ୍ପ ଖାଦ୍ୟ ଖାଉଛନ୍ତି କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ଅଛି। ଏବେ ଲୋକମାନେ ହିଁ ଖବରକୁ ଶୁଣି ଆଶ୍ଚର୍ଯ୍ୟ ହେବା ସହିତ ଏହାକୁ ଏକ ସିନେମାର କାହାଣୀ ବୋଲି ଭାବୁଛନ୍ତି।

Get real time updates directly on you device, subscribe now.