ନୂଆ ବୋହୂ କରନ୍ତୁ ନାହିଁ ଏହି ଭୁଲ ନଚେତ୍ ଭବିଷ୍ୟତରେ କରିବେ ଅନୁତାପ

ଓଡ଼ିଶା ଭାସ୍କର: କଥାରେ ଅଛି ବିବାହ କେବଳ ଦୁଇଟି ବ୍ୟକ୍ତି ନୁହେଁ ବରଂ ଦୁଇଟି ପରିବାରର ମିଳନ । ବିବାହ ପରେ ଝିଅ ଉପରେ ଉଭୟ ବାପ ଘର ଏବଂ ଶ୍ୱଶୁର ଘରର ଦାୟିତ୍ୱ ରହିଥାଏ । ସେଥିପାଇଁ ତ ନାରୀକୁ ଦୁହିତା ବୋଲି ବିବେଚିତ କରାଯାଇଛି । ନୂଆ ବୋହୂଟିଏ ନିଜକୁ ଶ୍ୱଶୁର ଘରେ ଅଡଜଷ୍ଟ କରିବାକୁ ଚେଷ୍ଟା କରିଥାଏ । ସମସ୍ତଙ୍କ ମନ ମାନି ଚଳିବା, ଆଚାର ଏବଂ ବ୍ୟବହାରରେ ଶାଳୀନତା ରକ୍ଷା କରିବା ଇତ୍ୟାଦି ଭଳି ଗୁଣ ତାକୁ ଜଣେ ଉତ୍ତମ ବୋହୂ ଭାବେ ଦର୍ଶାଇଥାଏ । ବେଳେ ବେଳେ କିନ୍ତୁ ଶ୍ୱଶୁର ଘରେ ଅଧିକ ଭଲ ହେବା ଚକ୍କରରେ ନୂଆ ବୋହୂମାନେ ଏପରି କିଛି କରିଥାଆନ୍ତି ଯାହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା ନୂଆ ବୋହୂକୁ କେଉଁ ସବୁ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ ।

୧. କାହାକୁ ଶୀଘ୍ର judge କରନ୍ତୁ ନାହିଁ: ମନେରଖନ୍ତୁ ଆପଣ ନୂଆ ବିବାହ କରି ଶ୍ୱଶୁର ଘରକୁ ଯାଇଛନ୍ତି । ସେଠାରେ ଧିରେ ଧିରେ ଲୋକଙ୍କ ସହ ମିଶିବେ ଓ ଚିହ୍ନିବେ । ନୂଆ ମାହୋଲରେ ନିଜକୁ ଆଡଜଷ୍ଟ କରିବା ପାଇଁ ସମୟ ଲାଗିଥାଏ । ନୂଆ ନୂଆ ସମସ୍ତେ ଆପଣଙ୍କ ସହ ହସି ହସି କଥା ହେବେ କିନ୍ତୁ ଏହା ଆଧାରରେ କାହାକୁ ଶୀଘ୍ର judge କରନ୍ତୁ ନାହିଁ । କାହାକୁ ବି ନିଜ ମିତ୍ର ଏବଂ ଶତ୍ରୁ ଭାବିବାର ଭୁଲ କରନ୍ତୁ ନାହିଁ ।

୨. ନିଜ ପରିଚୟ ବଜାୟ ରଖନ୍ତୁ: ସାଧାରଣତଃ ବିବାହ ପରେ ନାରୀ ନିଜ ପରିବାର, ସାଙ୍ଗସାଥି, କ୍ୟାରିୟର ଏବଂ ସଉକକୁ ପଛରେ ଛାଡ଼ି ଆସିଥାଏ । ଶ୍ୱଶୁର ଘରେ ସେମାନଙ୍କ ହିସାବରେ ନିଜକୁ ଆଡଜଷ୍ଟ କରିବା ପାଇଁ ଚେଷ୍ଟା କରିଥାଏ । ଏହା ସତ ଯେ ବିବାହ ପରେ ଅନେକ କିଛି ପରିବର୍ତ୍ତନ ଆସିଥାଏ କିନ୍ତୁ ଏଥିପାଇଁ ନିଜ ଇଚ୍ଛାକୁ ଜଳାଞ୍ଜଳି ଦେବା ଉଚିତ ନୁହେଁ । ଶ୍ୱଶୁର ଘର ଲୋକଙ୍କ ସେବା କରିବା ସହ ନିଜ ଯନô ମଧ୍ୟ ନିଅନ୍ତୁ । ସମସ୍ତଙ୍କୁ ଖୁସି କରିବା ପାଇଁ ନିଜେ ଦୁଃଖରେ ରୁହନ୍ତୁ ନାହିଁ ।

୩. ଶାଶୁ ଶ୍ୱଶୁରଙ୍କ ସହ ଝଗଡ଼ା କରନ୍ତୁ ନାହିଁ: ଶାଶୁ ଶ୍ୱଶୁର ମାତା ପିତା ସମାନ ତେଣୁ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରନ୍ତୁ । କୌଣସି ଥିଲେ ଛୋଟ କଥାକୁ ଅଧିକ ନ ବଢ଼େଇ ଶାନ୍ତିରେ ଆପୋସ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ।

୪. ସ୍ୱାମୀର ସବୁ କାର୍ଯ୍ୟ କରନ୍ତୁ ନାହିଁ: ସାଧାରଣତଃ ବିବାହ ପରେ ଅଧିକାଂଶ ସ୍ୱାମୀ ଆଶା କରିଥାନ୍ତି ଯେ ସ୍ତ୍ରୀ ସେମାନଙ୍କ ସବୁ କାମ କରୁ । ସ୍ୱାମୀର ମନ ଜିତିବା ପାଇଁ ଅଧିକାଂଶ ସ୍ତ୍ରୀ ଏପରି କରିଥାନ୍ତି । ଏପରି କରିବା ଠାରୁ ଦୂରେଇ ରୁହନ୍ତୁ କାରଣ ପରବର୍ତ୍ତୀ ସମୟରେ ସ୍ୱାମୀ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଯିବେ । ଫଳରେ ଭବିଷ୍ୟତରେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

୫. ସଞ୍ଚୟ କରନ୍ତୁ: ଯୌଥ ପରିବାର ହେଉ କିମ୍ବା ଏକକ ପରିବାର ବିବାହ ପରେ ସଞ୍ଚୟ କରିବା ଆଦୌ ଭୁଲନ୍ତୁ ନାହିଁ । ଅର୍ଥ ସଞ୍ଚୟ କରିବା ଏକ ଭଲ ଅଭ୍ୟାସ ଯାହା ଭବିଷ୍ୟତରେ ବିପରିତ ପରିସ୍ଥିତିରୁ ସୁରକ୍ଷା ପ୍ରଦାନ କରିଥାଏ । ବେଳେ ବେଳେ ସଞ୍ଚିତ ଅର୍ଥରେ ନିଜ ପାଇଁ ଛୋଟ ବଡ଼ ଜିନିଷ ମଧ୍ୟ କିଣି ପାରିବେ । ଆପଣଙ୍କ ପ୍ରତି ଆବଶ୍ୟକତା ପାଇଁ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର ହେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.