ଅନୁଭବ ଆଉ ମୁଁ ଏକ ପରିବାର… ବର୍ଷାଙ୍କ ସହ କଥା ହେବା ପାଇଁ କରିଥିବା ଉଦ୍ୟମରେ ମୁଁ ଫେଲ ମାରିଥିଲି

ଭୁବନେଶ୍ୱର: ଅନୁଭବ ଆଉ ମୁଁ ୱିଆର୍ ଫ୍ୟାମିଲି ବୋଲି କହିଲେ ନ୍ୟୁଜ୍ ଚ୍ୟାନେଲ ଆଙ୍କର ତଥା ଲେଖିବା ଜାଗୃତି ଶୁକ୍ଳା ।

ଓଲିଉଡ୍ ଷ୍ଟାର ଅନୁଭବଙ୍କ ଜୀବନୀ ଉପରେ ବହି ଲେଖି ଚର୍ଚ୍ଚାରେ ଜାଗୃତି । ଅନୁଭବଙ୍କ ଜୀବନୀ ଉପରେ ଲେଖାଯାଇଥିବା ବହିର ନାଁ ରହିଛି ‘ବ୍ଲକବଷ୍ଟରୁ ବାଲେଟ୍ ବକ୍ସ’ ।

ବହି ଲଞ୍ଚ ହେବାନେଇ ଖୁସିଥିବା କହିଲେ ଜଗୃତି । ବହିକୁ ଲୋକଙ୍କ ପ୍ରଶଂସା ମିଳୁଛି । ବହି ଲେଖାଯିବା ପଛର ଉଦ୍ଦେଶ୍ୟ, ଅନୁଭବଙ୍କୁ ଲୋକେ ଷ୍ଟଶର ବା ସାଂସଦ ଭାବେ ଜାଣନ୍ତି । କିନ୍ତୁ ଷ୍ଟାର ବା ସାଂସଦ ହେବା ପଛରେ ବହୁ କାହାଣୀ ରହିଛି ଯାହା ଲୋକ ଜାଣିବା ଦରକାର ବୋଲି ଜଗୃତିି କହିଛନ୍ତି ।

ଅନୁଭବ ମିଶୁଥିବା ବହୁ ଲୋକଙ୍କ ସହ ଜଗୃତି ଆଲୋଚନା କରିଥିବା କହିଛନ୍ତି । ଏଥିସହ ବର୍ଷାଙ୍କ ସହ ମଧ୍ୟ ଜଗୃତି କଥା ହେବାଲାଗି ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇ ନ ଥିଲେ । ସେଥିପାଇଁ ଅନୁଭବଙ୍କ ବହିରେ ବର୍ଷାଙ୍କ କଥା ଖୁବ୍ କମ୍ ଲେଖାଯାଇଥିବା ଜଗୃତି ନିଜ ସାକ୍ଷାତକାରରେ କହିଛନ୍ତି ।