ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏନଏଚଆରସି ଟିମ୍ ଆଜି ପହଞ୍ଚିଛି ।
ଗୋବିନ୍ଦର ସିଂଙ୍କ ନେତୃତ୍ୱରେ ୨ ଜଣିଆ ଟିମ୍ ଗଠନ କରାଯାଇଛି । ନେପାଳୀ ଛାତ୍ରୀ ମୃତ୍ୟୁ ସାଙ୍ଗକୁ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଘଟଣାର ଖୋଳତାଡ଼ ହେବ ।
କିଟର ପ୍ରମୁଖ ଅଧିକାରୀଙ୍କୁ ପଚରାଉଚରା ସୂଚନା । ତଦନ୍ତ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ସୂଚନା । କମିଶନଙ୍କ ଯାହା ନିର୍ଦ୍ଦେଶ ତାକୁ ପାଳନ କରିବାକୁ କହିଛନ୍ତି ଟିମ୍ ।
କିଟ୍ ଘଟଣାକୁ ନେଇ ଓଡ଼ିଶା ବିଶ୍ୱରେ ନିନ୍ଦିତ ହୋଇସାରିଛି । ଏଥିଯୋଗୁ ବୈଦେଶିକ ମନ୍ତ୍ରଣାଳୟକୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଛି ।
ତେବେ କିଟ୍ କାଣ୍ଡ ନେଇ ଯେ କୌଣସି ବ୍ୟକ୍ତି ତଥ୍ୟ ଦେଇ ପାରିବ ବୋଲି ଏନଏଚଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି ।