ଆକ୍ଟିଭ ମୋଡରେ NIA: ଦେଶର ୮ଟି ରାଜ୍ୟରେ କରୁଛି ଖୋଳତାଡ଼, ଜବତ ହେଉଛି ଏହିସବୁ ଜିନିଷ

ନୂଆଦିଲ୍ଲୀ: ଅଚାନକ ଆକ୍ଟିଭ ମୋଡକୁ ଆସିଛି ଭାରତର ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA) । ୮ଟି ରାଜ୍ୟର ମୋଟ ୧୯ଟି ସ୍ଥାନରେ NIA ଚଢାଉ ଆରମ୍ଭ କରିଛି । ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଲିଙ୍କ ଥିବା ସନ୍ଦେହ କରି ଏହି ରେଡ୍ କରିଛି NIA। ଦେଶର ମୋଟ ୮ଟି ରାଜ୍ୟରେ NIA ଖୋଳତାଡ଼ ଜାରି ରଖିଛି । ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର ସମେତ ମୋଟ ୮ଟି ରାଜ୍ୟରେ ଚଢାଉ କରୁଛି NIA। ଏହି ତାଲିକାରେ ଆସାମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାରରେ ରେଡ୍ ହୋଇଥିବା ବେଳେ ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର, ରାଜସ୍ଥାନ ଏବଂ ଗୁଜୁରାଟରେ ଚଢାଉ ଜାରି ରହିଛି । ଏହି ରେଡରେ ବିଭିନ୍ନ ପ୍ରକାରର ସନ୍ଦିଗ୍ଧ ଜିନିଷ ଜବତ କରିଛି ଏନଆଇଏ । ଏହି ଚଢାଉରେ ପେନ୍ ଡ୍ରାଇଭ, ସିଡି ଏବଂ ହାର୍ଡ ଡିସ୍କ ଜବତ କରାଯାଇଛି ।