fbpx

ଅମରାବତୀ ହତ୍ୟାକାଣ୍ଡର ଯାଞ୍ଚ କରିବ ଏନଆଇଏ, କହ୍ନେୟାଲାଲ ହତ୍ୟା ଲିଙ୍କ୍ ନେଇ କରିବ ତଦନ୍ତ

ମହରାଷ୍ଟ୍ରର ଅମରାବତୀରେ ଜଣେ ମେଡିସିନ ଦେକାନୀଙ୍କ ହତ୍ୟାର ଯାଞ୍ଚ ଏନଆଇଏକୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏହି ମାମଲାରେ ଏନଆଇଏ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଅମରାବତୀରେ ଔଷଧ ଦୋକାନୀ ଉମେଶ କୋଲ୍ହେଙ୍କୁ ୨୧ ଜୁନରେ ହତ୍ୟା କରାଯାଇଥିଲା । କୁହାଯାଉଛି ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଯୋଗୁଁ ଏହାକୁ ବିରୋଧ କରି ତାଙ୍କୁ ହତ୍ୟା କରାଯାଇଛି । ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ହତ୍ୟା ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି କି ନାହିଁ ତାହା ଯାଞ୍ଚ କରିବ ଏନଆଇଏ ଟିମ୍ । ଏହା ବ୍ୟତୀତ ଅନ୍ତରାଷ୍ଟ୍ରୀୟ ସଂଗଠନରେ ସାମିଲ ହେବାନେଇ ମଧ୍ୟ ଯାଞ୍ଚ କରିବ । ଅବଶ୍ୟ ଏନେଇ ଏନଆଇଏ ଟିମ୍ ଗଣମାଧ୍ୟମ ସହ କଥା ହୋଇନାହିଁ । ସେପଟେ ମହାରାଷ୍ଟ୍ରର ବରିଷ୍ଠ ନେତା ଶିବରାୟ କୁଲକର୍ଣ୍ଣୀ କହିଛନ୍ତି ଯେ ଏହି ମାମଲାର କହ୍ନେୟାଲାଲ ହତ୍ୟା ସହ ସଂପର୍କ ଅଛି କି ନାହଁ ତାହା ମଧ୍ୟ ଯାଞ୍ଚ କରିବ ଏନଆଇଏ ।

୫୪ ବର୍ଷୀୟ କୋଲ୍ହେଙ୍କୁ ଗତ ୨୧ ତାରିଖରେ ଗଳାକାଟି ହତ୍ୟା କରାଯାଇଥିଲା । ଭାଜପା ତରଫରୁ କହିଥିଲା ଯେ କୋଲ୍ହେ ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କୁ ସମର୍ଥନ କରିଥିଲେ ଫଳରେ ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି । ତେବେ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.