fbpx

ରାଜ୍ୟରେ ନାଇଟ୍ କର୍ଫ୍ୟୁ କଟକଣାରୁ କେଉଁମାନେ ହେବେ ମୁକ୍ତ?ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କଟକଣା ଭିତରେ ନୂଆବର୍ଷ ପାଳନ କରାଯିବ । ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ରହିବ ନାଇଟ୍ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁ କଟକଣାରୁ ଜରୁରୀ ସେବାକୁ ବାଦ୍ ଦେଇଛନ୍ତି ସରକାର । ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାରୀଠାରେ ଏହି କଟକଣା ଲାଗୁ ହେବନି । ଏମାନେ କଟକଣା ମୁକ୍ତ ହୋଇଛନ୍ତି ।

ସେହିପରି ବିଦ୍ୟୁତ୍. ଅଗ୍ନିଶମ, ଟେଲିକମ, ଜଳ ଯୋଗାଣ, ରେଳ କର୍ମଚାରୀ କଟକଣା ମୁକ୍ତ ହୋଇଛନ୍ତି । ଜିଲ୍ଲା/କମିଶନରେଟ୍ ପୋଲିସ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ ବି ଏହି କଟକଣାରୁ ମୁକ୍ତ ହୋଇଛନ୍ତି । ଏହା ସହିତ କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀଙ୍କୁ ବି ଏଥିରୁ ଛାଡ଼୍ ଦିଆଯାଇଛି । ସମସ୍ତ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାଶ୍ୱର୍ ହୋଟେଲ କଟକଣା ମୁକ୍ତ ହୋଇଛି । ପେଟ୍ରୋଲ ପମ୍ପ, ରନ୍ଧନ ର୍ଗାସ ଯୋଗାଣ, ହୋମ୍ ଡେଲିଭରି କଟକଣା ମୁକ୍ତ ହୋଇଛି ।

Get real time updates directly on you device, subscribe now.