fbpx

ପୁରୀରେ ରାତି ଅଧିଆ GPRS ସର୍ଭେ, ଲୋକଙ୍କ ମନରେ ସନ୍ଦେହ

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାତି ଅଧିଆ ଜିପିଆରଏସ ସର୍ଭେ ହୋଇଥିବା ସୂଚନା ମିଳିଛି । ଜିପିଆରଏସ ସର୍ଭେ ଚାଲିଥିବା ନେଇ କାର୍ଯ୍ୟରତ ଅଧିକାରୀ ସୂଚନା ଦେଇଛନ୍ତି । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ସର୍ଭେ ହୋଇଛି । ଓବିସିସି ଚିଠି କ୍ରମେ ଗୁଜରାଟ ଆଇଆଇଟି ପକ୍ଷରୁ ସର୍ଭେ ଚାଲିଛି । ୪ ଦିନ ଭିତରେ ସର୍ଭେ ଶେଷ କରିବାକୁ ନିର୍ଦ୍ଦେଶ ଥିବା ଜଣାପଡିଛି ।

ତେବେ ୨ ଦିନ ଜିପିଆରଏସ ସର୍ଭେ ହୋଇଛି । ଆଉ ୨ ଦିନରେ ସର୍ଭେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏମାର ମଠ, କାକୁଡ଼ିଖାଇ ମନ୍ଦିର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ ସର୍ଭେ ଚାଲିଛି । ମାତ୍ର ଜିପିଆରଏସ ସର୍ଭେ ନେଇ ସରକାର କିମ୍ବା ଏଏସଆଇ କିଛି ସ୍ପଷ୍ଟ କରିନି । ଲୁଚାଛପାରେ ରାତି ଅଧିଆ ସର୍ଭେକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ମାମଲା କୋର୍ଟରେ ଥିବା ବେଳେ ରାତିଅଧିଆ ସର୍ଭେକୁ ନେଇ ପ୍ରଶ୍ନ ଉଠୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି ।

Get real time updates directly on you device, subscribe now.