fbpx
BJD SKY
BJD SKY

Night Shift ଅଧିକ ସମୟ କଲେ ହାର୍ଟ ଆଟାକ୍ ହୋଇପାରେ: ରିସର୍ଚ୍ଚ

BJD

ନୂଆଦିଲ୍ଲୀ: ନିଜର ସ୍ୱପ୍ନକୁ ପୂରଣ କରିବା ଓ ପରିବାର ପ୍ରତିପୋଷଣ ପାଇଁ ଅନେକ ଲୋକ ଦିନ, ରାତି ପରିଶ୍ରମ କରିଥାନ୍ତି । ସାଧାରଣ ଭାବେ ଗଣମାଧ୍ୟମ, ଯାତ୍ରାପାର୍ଟି, ଟେଲିକଲିଂ ସହିତ ବିଭିନ୍ନ ବୃତ୍ତିରେ ରହିଥିବା ଲୋକମାନେ ରାତିରେ ଡ୍ୟୁଟି କରିଥାନ୍ତି । ତେବେ ଦୀର୍ଘ ସମୟ ଧରି ନାଇଟ ଶିଫ୍ଟ କରିବା କାରଣରୁ ସେମାନଙ୍କଠାରେ ହାର୍ଟ ଆଟାକ ସମସ୍ୟା ଦେଖାଦେଇପାରେ । ବ୍ରିଟିଶ ମେଡିକାଲ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି ।

ରିସର୍ଚ୍ଚ ଅନୁଯାୟୀ, ଦୀର୍ଘ ସମୟ ଧରି ରାତିରେ କାମ କରିବା ଫଳରେ କର୍ମଚାରୀଙ୍କ ଠାରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା, ସମୟର ଅନିୟମିତତା, ମାଦକ ଦ୍ରବ୍ୟ ସେବନ ଏଥିପାଇଁ ଦାୟୀ ହୋଇଥାଏ । ଯେଉଁମାନେ ଗୋଟିଏ ସପ୍ତାହ ଦିନ, ଆଉ ଗୋଟିଏ ସପ୍ତାହରେ ଦ୍ୱିପ୍ରହର ଓ ଅନ୍ୟ ସପ୍ତାହ ରାତିରେ ଡ୍ୟୁଟି କରିଥାନ୍ତି ସେମାନଙ୍କଠାରେ ଅଧିକ ନ୍ୟୁରୋକେମିକାଲ ଓ ହାର୍ମୋନାଲ ପରିବର୍ତ୍ତନ ହୋଇଥାଏ ।

ନାଇଟ୍ ଶିଫ୍ଟରେ କାମ କରିବା ଫଳରେ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ରାତିରେ କାମ କରିବା ଦ୍ୱାରା ଡିପ୍ରେସନ ଓ ମୁଡ୍ ଡିସଅର୍ଡର ଆଶଙ୍କା ବୃଦ୍ଧି ପାଉଥିବା ମଧ୍ୟ କିଛି ଷ୍ଟଡିରେ ଖୁଲାସା ହୋଇଛି । ନିଦ ଓ ଅଭ୍ୟାସରେ ପରିବର୍ତ୍ତନ କାରଣରୁ ବ୍ଲଡ ପ୍ରେସର ଓ ବ୍ଲଡ ସର୍କୁଲେସନ ପ୍ରଭାବିତ ହୋଇଥାଏ । ରାତିରେ କାମ କରିବା ସମୟରେ ନିଦ ଆସିବାରେ ବାଧା ସୃଷ୍ଟି ହୋଇଥାଏ । ସମୟର ଅନିୟମିତତା ମଧ୍ୟରେ କାମ କରିବା ଦ୍ୱାରା ଆପଙ୍କର ସାମାନ୍ୟ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇଯାଇଥାଏ ।

Get real time updates directly on you device, subscribe now.