ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା: ମଙ୍ଗଳବାରରୁ କମିବ ରାତି ତାପମାତ୍ରା, ବଢ଼ିବ ଶୀତ

ଭୁବନେଶ୍ୱର: ପଶ୍ଚିମାଝଡ଼ ଏବଂ ପୂର୍ବାଳୀ ବାୟୁର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଯାଇଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ ଏବଂ ମଙ୍ଗଳବାରରୁ ରାତି ତାପମାତ୍ରା କମିବ ଏବଂ ଥଣ୍ଡାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ।

ଦୀପାବଳି ପୂର୍ବରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । କିଛି ଜିଲ୍ଲାରେ ହାଲକା ବର୍ଷା ଲାଗି ରହିଥିବା ନେଇ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଏଯାଏ ଆଦୌ ବର୍ଷାର ଦେଖାନାହିଁ । କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଳା ଯେପରିକି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ସମେତ କଳାହାଣ୍ଡି, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ହାଲକା ବର୍ଷା ହୋଇଛି । କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, କଟକ, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ସମେତ ଆଉ କିଛି ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ ।

Get real time updates directly on you device, subscribe now.