fbpx

ନିଲମ୍ବିତ ହେଲେ ନିମାପଡ଼ା EO, ବଦଳିଲେ AE

Advertisement

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟରେ ଅନିୟମିତତା ଓ ଅବହେଳା ଅଭିଯୋଗ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପୁରୀ ନିମାପଡ଼ା NACର କାର୍ଯ୍ୟନିର୍ବାହୀ ଅଧିକାର ନିଲମ୍ବିତ ହୋଇଛନ୍ତି । ଅନିୟମିତତା ଓ ଅବହେଳା ଅଭିଯୋଗରେ ଶଶିଭୂଷଣ ମିଶ୍ର ନିଲମ୍ବିତ ହୋଇଛନ୍ତି ।

ତେବେ ମିଶନ ଶକ୍ତିର ମୁକ୍ତା ଯୋଜନା କାର୍ଯ୍ୟକାରିତାରେ ଶଶିଭୂଷଣ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଏହା ବ୍ୟତିତ ନିମାପଡ଼ା NACର ସହକାରୀ ଯନ୍ତ୍ରୀ ସୁଧାକର ଦାଶଙ୍କୁ ବଦଳି କରାଯାଇଛି । ପ୍ରାଶାସନିକ କାରଣରୁ ସୁଧାକରଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି । ତାଙ୍କ ସ୍ଥାନରେ ଗଞ୍ଜାମ କୋଦଳା ଏସଏସିର JE ଯତୀନ୍ଦ୍ର ବେହେରା ନିମାପଡ଼ାରେ ନିଯୁକ୍ତ ହୋଇଛନ୍ତି ।

Get real time updates directly on you device, subscribe now.