fbpx
BJD SKY
BJD SKY

ବନମହୋତ୍ସବ ସପ୍ତାହ ଅବସରରେ ISR ଓ ହେଲପିଙ୍ଗ ହାଣ୍ଡସ ପକ୍ଷରୁ ଚାରାରୋପଣ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବନମହୋତ୍ସବ ସପ୍ତାହ ଅବସରରେ ISR ଓ ହେଲପିଙ୍ଗ ହାଣ୍ଡସର ମିଳିତ ସହଯୋଗରେ କଟକ ମୁଣ୍ଡୁଳି ନିକଟବର୍ତି ପିକକ ଭ୍ୟାଲି ଠାରେ ବ୍ୟାପକ ଚାରାରୋପଣ କରାଯାଇଛି । ଏହା ସହିତ ଲୋକ ମାନଙ୍କ ବସିବା ପାଇଁ ସିମେଣ୍ଟ ଚେୟାର, ଡଷ୍ଟବିନ ଆଦି ପକାଯାଇଥିଲା ।

ISRର ପ୍ରତିଷ୍ଠାତା ସଂଗୀତା ସାହୁଙ୍କ ନେତୃତ୍ୱରେ ଯାଜପୁରର ହେଲ୍ପିଙ୍ଗ ହାଣ୍ଡସ ସମାଜ ସେବା ଅନୁଷ୍ଠାନ ସହଯୋଗରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିକକ ଭ୍ୟାଲିର ସମସ୍ତ ମୟୁର ମାନଙ୍କ ସେବାର ଦାଇତ୍ୱ ନେଇଥିବା କାଁହୁ ଚରଣ ବେହେରାଙ୍କୁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.