fbpx
BSKY
BJD YOUTH SKY
BJD MS SKY

ଏକାଠି ହେବେ ବିଜେପି-ଶିବସେନା!; ଅମୀର-କିରଣ ଉପାଖ୍ୟାନ ଦେଲେ ସଞ୍ଜୟ

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ ଏକାଠି ହୋଇ ପାରନ୍ତି ବିଜେପି ଓ ଶିବସେନା । ଆସନ ଆବଣ୍ଟନକୁ ନେଇ ଉଭୟ ଦଳ ପରସ୍ପର ଠାରୁ ଅଲଗା ହୋଇଥିବା ବେଳେ କଂଗ୍ରେସ ଓ ଏନସିପି ସହିତ ମିଶି ସରକାର ଗଠନ କରିଥିଲା ଶିବସେନା । ତେବେ ନିକଟରେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ବୟାନକୁ ନେଇ ଉଭୟ ଦଳ ଏକାଠି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଉଦ୍ଧବ ଠାକରେ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଶିବସେନାର ଆଭିମୁଖ୍ୟ ଟିକିଏ ନରମ ହୋଇଥିବା ଜଣାପଡୁଛି । ଶିବସେନାର ମୁଖପତ୍ର ସାମନାରେ ବିଜେପି ନେତାଙ୍କୁ ସମାଲୋଚନା ମଧ୍ୟ କମ ହୋଇଛି ।

ଏପରି ସମୟରେ ସଞ୍ଜୟ ରାଉତଙ୍କ ବୟାନ ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି । ସଞ୍ଜୟ ରାଉତ ଶିବସେନା ଏବଂ ବିଜେପିକୁ ବଲିଉଡ ଅଭିନେତା ଆମୀର ଖାନ୍ ଓ କିରଣ ରାଓଙ୍କ ସମ୍ପର୍କ ସହିତ ତୁଳନା କରିଥିଲେ । ଆମିରଙ୍କ ଡିଭୋର୍ସ ହୋଇଥିଲେ ହେଁ ସେ, କିରଣଙ୍କ ସହିତ ବନ୍ଧୁତା ବଜାୟ ରଖିଛନ୍ତି । ତେବେ ଏପରି କହିବା ସହିତ ରାଉତ କଣ ପୁନର୍ବାର ମେଣ୍ଟ ଆଡକୁ ଇଙ୍ଗିତ କରିଛନ୍ତି କି? ଏହା ପୂର୍ବରୁ ରାଉତ କହିଥିଲେ କି ବିଜେପି ନେତାଙ୍କ ସହିତ ମତଭେଦ ରହିଛି ମାତ୍ର ମନଭେଦ ନାହିଁ । ସେହିପରି ଭାବରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ମଧ୍ୟ ଶିବସେନା ଶତ୍ରୁ ନୁହେଁ ବୋଲି ମତ ଦେଇ ମେଣ୍ଟ ଆଡକୁ ଇଙ୍ଗିତ କରିଛନ୍ତି ।

Get real time updates directly on you device, subscribe now.