fbpx

ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖୁସିଖବର: ଏଣିକି ଜରୁରୀକାଳୀନ ବ୍ୟବହାର ପାଇଁ ଆଣିପାରିବେ ଡାଟା ଲୋନ୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଏଣିକି ଜିଓର ପ୍ରିପେଡ଼ ଗ୍ରାହକମାନେ ଡାଟା ଲିମିଡ ଶେଷ ହେବା ପରେ କମ୍ପାନୀଠାରୁ ଏମରଜେନ୍ସି ଡେଟା ଲୋନ୍ ଆଣିପାରିବେ । ଦେଶରେ ପ୍ରଥମଥର କୌଣସି ଦୂରସଞ୍ଚାର କମ୍ପାନୀ ଡାଟା ଲୋନର ସୁବିଧା ଦେଉଛି । ଡାଟା ଲୋନ୍ ୧ ଜିବି ପ୍ୟାକରେ ଉପଲବ୍ଧ ହେବ । ରିଲାଏନ୍ସ ଜିଓର ପ୍ରତିଷ୍ଠାତା ମୁଖ୍ୟ ମୁକେଶ ଅମ୍ବାନୀ ଗ୍ରାହକଙ୍କ ପାଇଁ ଘୋଷଣା କରିଛନ୍ତି ଏହି ଏମରଜେନ୍ସି ଡାଟା ଲୋନ୍ । ଏଥିରେ ୧ ଜିବି ଡାଟା ପ୍ୟାକ୍ ପାଇଁ ୧୧ ଟଙ୍କା ଦେବାକୁ ପଡିବ ।

ତେବେ ପ୍ରତ୍ୟେକ ଗ୍ରାହକ ୫ ପ୍ୟାକ୍ ଅର୍ଥାତ୍ ୫ ଜିବି ଡାଟା ଲୋନ୍ କରିପାରିବେ । ଏଥିରେ ଗ୍ରାହକମାନେ ପ୍ରଥମେ ଡାଟା ଲୋନ୍ ଆଣିବେ ଓ ପରେ ପରିଶୋଧ କରିବେ । ତେବେ ଆସନ୍ତୁ ଜାଣିବା ଡାଟା ଲୋନ୍ ଆଣିବା ପାଇଁ କ’ଣ କରିବାକୁ ପଡ଼ିବ…

– ପ୍ରଥମେ ମାଇଁ ଜିଓ ଆପକୁ ଖୋଲନ୍ତୁ । ଏହା ପରେ ପେଜର ବାମ ପଟରେ ଥିବା ମେନ୍ୟୁକୁ ଯାଆନ୍ତୁ ।

-ମୋବାଇଲ ସେବାରେ ଥିବା ଏମରଜେନ୍ସି ଡାଟା ଲୋନ୍କୁ ବାଛନ୍ତୁ ।

– ଏମରଜେନ୍ସି ଡାଟା ଲୋନ୍ ଉପରେ ଲେଖା ହୋଇଥିବା ପ୍ରୋସିଡ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ

-ଗେଟ୍ ଏମରଜେନ୍ସି ଡାଟା ଅପସନକୁ ବାଛନ୍ତୁ ।

– ଏମରଜେନ୍ସି ଡାଟା ଲୋନର ଉପକାରିତାର ଫାଇଦା ଉଠାଇବା ପରେ ସେଠାରେ ଥିବା ଆକ୍ଟିଭ୍ ନାଓ ଉପରେ କ୍ଲିକ୍ କରନ୍ତୁ ।

– ଏପରି କରିବା ଦ୍ୱାରା ଏମରଜେନ୍ସି ଡାଟା ଲୋନ ଆକ୍ଟିଭ ହୋଇଯିବ ।

Get real time updates directly on you device, subscribe now.