ବୋମା ବିସ୍ଫୋରଣରେ ଦୋହଲିଲା ପାକିସ୍ତାନ, ୯ ନାଗରିକଙ୍କ ମୃତ୍ୟୁ

ପାକିସ୍ତାନରୁ ଏକ ବଡ଼ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୯ଜଣଙ୍କ ପ୍ରାଣହାନି ଘଟିଛି।

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନରେ ଏକ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଠାରେ କୋଇଲା ଖନନ କରୁଥିବା ଏକ ଗାଡ଼ି ବୋମା ବିସ୍ଫୋରଣର ଶିକାର ହୋଇଛି। ଏଥିରେ ୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୭ ଜଣ ଲୋକେ ଆହତ ହୋଇଛନ୍ତି।

ସଂପୂର୍ଣ୍ଣ ମାମଲା: ଅଧିକାରୀଙ୍କ ଅନୁଯାୟୀ, ପାକିସ୍ତାନର ବଲୁଚିସ୍ତାନ ସୀମାରେ ଏହି ବିସ୍ଫୋରଣ ଘଟିଛି। ଶୁକ୍ରବାର କୋଇଲା ଖଣିକୁ ଯାଉଥିବା ବାହନ ବୋମା ବିସ୍ଫୋରଣର ଶିକାର ହୋଇଥିଲା। ଏହି ଟ୍ରକରେ ଲୋକେ ଯାତ୍ରା କରୁଥିଲେ। ଅଧିକାରୀ କହିଛନ୍ତି ଯେ, ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।