ନୂଆଦିଲ୍ଲୀ: ନିଜର ସ୍କିନକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଅଧିକାଂଶ ଯୁବତୀ ଓ ମହିଳାମାନେ ଅନେକ ଘରୋଇ ସାମଗ୍ରୀ ବ୍ୟବହାର କରିଥାନ୍ତି । ତ୍ୱଚାରୁ ଦାଗ ଦୂର କରିବା ପାଇଁ ଅନେକ ମହିଳା ଲେମ୍ବୁ ଓ ଟମାଟୋର ଉପଚାର କରିଥାନ୍ତି । ତ୍ୱଚା ପାଇଁ ଏହି ସବୁ ସାମଗ୍ରୀ ରାମବାଣ ବୋଲି ଅନେକ କହିଥାନ୍ତି । ତେବେ ଲେମ୍ବୁ ଓ ଟମାଟୋରେ ଅନେକ ଉପକାର ଗୁଣ ରହିଛି, ଏହା ଆମକୁ ଗ୍ରହଣ କରିବାକୁ ପଡ଼ିବ । ତେବେ ଏହି ସାମଗ୍ରୀଗୁଡ଼ିକୁ ଉପଯୋଗ କରିବା ଦ୍ୱାରା ସାଇଡ୍ ଇଫେକ୍ଟକୁ ମଧ୍ୟ ଅଣଦେଖା କରାଯାଇ ପାରିବନି । ଏନେଇ ସତର୍କ ନରହିଲେ ଆପଣଙ୍କର ତ୍ୱଚା ବିଗିଡ଼ିବାର ସମ୍ଭାବନା ରହିଛି ।
ଲେମ୍ବୁ ଓ ଟମୋଟାର ପେଷ୍ଟ ତିଆର କରି ତାକୁ ମୁହଁରେ ଲଗାଇଲେ ଚେହେରାରେ ପରିବର୍ତ୍ତନ ହୋଇଥାଏ ବୋଲି କୁହାଯାଏଏ । ଏହା ଦ୍ୱଚାକୁ ଦାଗହୀନ କରିବା ସହ ଟ୍ୟାନିଂକୁ ଦୂର କରିବାରେ ସହାୟତା ପ୍ରଦାନ କରିଥାଏ । ଏପରିକି କିଛି ଲୋକ ଲେମ୍ବୁରେ ଏଲୋଭେରା ଓ ମହୁ ମଧ୍ୟ ମିଶାଇ ମୁହଁରେ ଲଗାଇଥାନ୍ତି । ତେବେ ଲେମ୍ବୁରେ ସାଇଟ୍ରିକ ଏସିଡ୍ ରହିଛି ଆପଣମାନେ ଜାଣିଥିବେ । ଏହି ଏସିଡ୍ ଅନେକ ସମୟରେ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଲେମ୍ବୁ ରସକୁ ଚେହେରାରେ ଲଗାଇଲେ ତାହା ଫାଇଦା ଅପେକ୍ଷା ଅଧିକ କ୍ଷତି କରିପାରେ ।
ଲେମ୍ବୁର ନେଚର ଏସିଡିକ ହୋଇଥିବା କାରଣରୁ ସ୍କ୍ରିନରେ ଡ୍ରାଇନେସ, ରେଡନେସ ଓ ପୀଲିଂ ପରି ସମସ୍ୟା ସୃଷ୍ଟି କରିପାରେ । ବିଶେଷ କରି ଯଦି ଆପଣଙ୍କ ସ୍କ୍ରିନ ସେନସିଟିଭ୍ ହୋଇଥାଏ ଓ ଆପଣ ଏହାକୁ ଲଗାଇ ଖରାରେ ବୁଲୁଛନ୍ତି ତେବେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଏହାଛଡ଼ା ଲେମ୍ବୁ ରସ ତ୍ୱଚାରେ ଲଗାଇଲେ ଆଖି ଓ ଓଠରେ ଜ୍ୱଳନ ହୋଇପାରେ । ସେହିପରି ତ୍ୱଚାରେ ଟମାଟୋ ରସ ଲଗାଇବା କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ । ଲେମ୍ବୁ ପରି ଟମାଟୋର ନେଚର ମଧ୍ୟ ଏସିଡିକ୍ ହୋଇଥାଏ । ସେହି କାରଣରୁ ତାହାକୁ ସ୍କ୍ରିନରେ ଲଗାଇଲେ ରେଶୋଜ, ଖୁଜଲୀ, ରେଡନେସ, ଇରିଟେସନ ପରି ସମସ୍ୟା ହୋଇପାରେ । ସେନ୍ସିଟିଭ୍ ତ୍ୱଚାଧାରୀଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ । ଯଦି ପିମ୍ପଲ ପ୍ରୋନ ସ୍କିନ ହୋଇଥିବ ତେବେ ଏହାଦ୍ୱାରା ଅଧିକ କ୍ଷତି ହୋଇପାରେ । ତେଣୁ ପ୍ରାକୃତିକ ପ୍ରସାଧାନର ଉପଯୋଗ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ ।