fbpx

କେରଳରେ ଜଣେ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ପ୍ରଶାସନ

ନୂଆଦିଲ୍ଲୀ: କେରଳ ମାଲାପୁରମରେ ଜନେ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛି । ଜଣେ ୧୪ ବର୍ଷୀୟ ବାଳକ ନିପା ପଜିଟିଭ ଚିହ୍ନଟ ନେଇ ସୂଚନା ମିଳିଛି । କେଉଁମାନଙ୍କ କଣ୍ଟାକ୍ଟରେ ଆସିଛି ଜାଣିବାକୁ ସରକାରୀ ତତ୍ପରତା ରହିଛି । ଆକ୍ରାନ୍ତ ଚିହ୍ନଟ ଅଞ୍ଚଳର ୩କିମି ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମାଲାପୁରମବାସିଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ ।

କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜଜ ଶନିବାର ଦିନ ମାଲାପୁରମ ଜିଲ୍ଲାର ୧୪ ବର୍ଷୀୟ ଏକ ବାଳକ ନିପାହ ସଂକ୍ରମଣର ଚିହ୍ନଟ କରିଛନ୍ତି । ମିଡିଆ ସହ କଥା ହେବାବେଳେ ଜଜ କହିଛନ୍ତି ଯେ, ପୁନେ ସ୍ଥିତ ଜାତୀୟ ଭୁତାଣୁ ବିଜ୍ଞାନ ସଂସ୍ଥା ଏହି ବାଳକ ଆକ୍ରାନ୍ତ ଥିବାର ଚିହ୍ନଟ କରିଛନ୍ତି । ଆକ୍ରାନ୍ତଙ୍କୁ କୋଝିକୋଡର ସରକାରୀ ମେଡିକାଲ କଲେଜରେ ସ୍ଥାନାନ୍ତରିତ କରାଯାଇଛି । ପୀଡିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ତଦନ୍ତ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.