ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଛି । ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୂଚନାଯୋଗ୍ୟ ଯେ ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ପବନର ଓକିଲ ରାଜକ୍ଷମା ପାଇଁ ଆବେଦନ କରିିିିଥିଲେ । ସେହିପରି କିଛି ସମୟ ତଳେ ପବନର କ୍ୟୁରେଟିଭ ପିଟିସନ ମଧ୍ୟ ଖାରଜ କରିିଥିଲେ ସୁପ୍ରିମକୋର୍ଟ । ସେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ ଅନ୍ୟପଟେ ଗତ ୧୭ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ । ଆସନ୍ତାକାଲି ସକାଳ ୬ଟା ସମୟରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ସୂଚନା ରହିଛି । ଆଉ ଦୋଷୀଙ୍କ ହାତରେ କମ୍ ସମୟ ଥିବା ବେଳେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନେ ନୂଆ ନୂଆ ଚାଲ ଖେଳିବାରେ ଲାଗିପଡ଼ିଛନ୍ତି ।