fbpx

ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର‌୍ୟାଙ୍କିଙ୍ଗ୍‍ ତାଲିକା ପ୍ରକାଶ; ଶ୍ରେଷ୍ଠ ୧୦୦ ମଧ୍ୟରେ ରାଜ୍ୟର ୩ଟି ଶିକ୍ଷାନୁଷ୍ଠାନ

Advertisement

ନୂଆଦିଲ୍ଲୀ: ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର‌୍ୟାଙ୍କିଙ୍ଗ୍‍ ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୯ତମ ର‌୍ୟାଙ୍କ୍‍ରେ ଥିବାବେଳେ ଏନ୍‍.ଆଇ.ଟି, ରାଉରକେଲା ୩୭,
ଆଇ.ଆଇ.ଟି. ଭୁବନେଶ୍ୱର ୯୧ତମ ର‌୍ୟାଙ୍କ୍‍ରେ ରହିଛି ।

ସେହିପରି ଦେଶର ୫୦ଟି ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଏନ୍‍.ଆଇ.ଟି. ରାଉରକେଲାକୁ ୨୯ତମ ର‌୍ୟାଙ୍କ୍‍ ମିଳିଥିବାବେଳେ କିଟ୍‍କୁ ୪୪ତମ ର‌୍ୟାଙ୍କ୍‍ ମିଳିଛି । ପ୍ରମୁଖ ୧୦୦ଟି ଇଞ୍ଜିନିୟରିଙ୍ଗ୍‍ ପ୍ରତିଷ୍ଠାନ ମଧ୍ୟରେ ଏନ୍‍.ଆଇ.ଟି. ରାଉରକେଲା ଷୋଡ଼ଶ ସ୍ଥାନରେ ରହିଥିବାବେଳେ ଶିକ୍ଷା ଓ ଅନୁସନ୍ଧାନ ୨୭, କିଟ୍‍ ୩୯ ଏବଂ ଭୁବନେଶ୍ୱର ଆଇ.ଆଇ.ଟି. ୪୭ତମ ସ୍ଥାନରେ ରହିଛି । ମ୍ୟାନେଜମେଣ୍ଟ ବର୍ଗରେ ଜାଭିଏର ବିଶ୍ବବିଦ୍ୟାଳୟ ୪୬ ତମ ସ୍ଥାନରେ ରହିଛି ଓ ଓଡ଼ିଶାର ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଅନୁଷ୍ଠାନର ମାନ୍ୟତା ପାଇଛି । ମେଡିକାଲ କଲେଜ ବର୍ଗରେ ସୋଆ ୧୬ ତମ ସ୍ଥାନରେ ଓ ଏମ୍ସ ଭୁବନେଶ୍ବର ୧୭ତମ ସ୍ଥାନରେ ରହିଛି । ତେବେ ରାଜ୍ୟର ଉତ୍କଳ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗରେ ୧୫୧ ସ୍ଥାନରେ ରହିଛି। ସେହିପରି ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ୮୮ ରୁ ୯୩ ସ୍ଥାନକୁ ଖସି ଯାଇଛି।

 

Get real time updates directly on you device, subscribe now.