fbpx

ଲକଡାଉନକୁ ନେଇ ଏମିତି କହିଲେ ଅର୍ଥମନ୍ତ୍ରୀ

ନୂଆ ଦିଲ୍ଲୀ  ,14/4 : ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କିଛି ସ୍ଥାନରେ ଳକଡାଉନ ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲକଡାଉନକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦେଶରେ ସରକାରଙ୍କର ବ୍ୟାପକ ସ୍ତରରେ ଲକଡାଉନ କରିବାରେ କୌଣସି ଉଦ୍ଦେଶ୍ୟ ନାହିିଁ, ଅର୍ଥାତ ପୂର୍ବ ବର୍ଷ ଭଳି ପୂରା ଦେଶରେ ଲକ ଡାଉନ କରାଯିବନାହିିଁ । ଏହାଛଡା ମହାମାରୀକୁ ରୋକିବା ପାଇଁ ସ୍ଥାନୀୟ ସ୍ତରରେ ଖାସ ପଦକ୍ଷେପ ନିଆଯିବ ।
ବିଶ୍ୱ ବ୍ୟାଙ୍କ ସମୂହ ଅଧ୍ୟକ୍ଷ ଡେଭିଡ ମାଲପାଶଙ୍କ ସହିତ ଅନଲାଇନରେ ଏକ ବୈଠକରେ ସୀତାରମଣ ଭାରତର ବିକାଶ ପାଇଁ ଅଧିକ ଲୋନ ସୁବିଧା କରିବା ପାଇଁ ନିବେଦନ କରିଛନ୍ତି ।
ଅର୍ଥ ମନ୍ତ୍ରାଳୟ ଟ୍ୱିଟ ଜାରି କରି କହିଛି, “ ଅର୍ଥମନ୍ତ୍ରୀ କରୋନା ଭାଇରସ ମହାମାରୀକୁ ପୁଣି ଫେରିବା ଠାରୁ ରୋକିବା ପାଇଁ ୫ ସୂତ୍ରୀ ରଣନୀତି ଯାଞ୍ଚ, ଟ୍ରେସିଂ, ଉଚିତ ଚିକିତ୍ସା, ଟୀକାକରଣ ଏବଂ କୋଭିଡ ୧୯ କୁ ରୋକିବା ପାଇଁ ଉପଯୁକ୍ତ ଆଚରଣ ଏବଂ ଭାରତର ନେଇଥିବା ପଦକ୍ଷେପକୁ ବିଷୟରେ ଆଲୋଚନା କରିଛନ୍ତି” ।

ବ୍ୟାପକ ସ୍ତରରେ ହେବ ନାହିଁ ଲକ୍ଡାଉନ:
ସେ କହିଛନ୍ତି ଦେଶରେ ଦ୍ୱିତୀୟ ଥର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେବି ଆମେ ଚେଷ୍ଟାକରୁଛୁ କି ଲକଡାଉନ ଜାରି ନକରାଯାଉ । ଆମେ ପୂର୍ଣ୍ଣ ରୂପରେ ଅର୍ଥବ୍ୟବସ୍ଥାକୁ ବନ୍ଦ କରିପାରିବୁ ନାହିଁ । ସ୍ଥାନୀୟ ସ୍ତରରେ କୋଭିଡ ରୋଗୀଙ୍କୁ ଏବଂ ପରିବାରଠାରୁ ଅଲଗା ରଖିବାର ଉପାୟ କରାଯିବ । ସ୍ଥାନୀୟ ସ୍ତରରେ ନିୟନ୍ତ୍ରଣର ଉପାୟ ଦ୍ୱାରା ଏହାର ମୁକାବିଲା କରାଯିବ ଲକଡାଉନ କରାଯିବନାହିିଁ ।

ମହାରାଷ୍ଟ୍ରରେ କର୍ଫ୍ୟୁ:
ସୂଚନାଯୋଗ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ଅର୍ଥାତ ଆଜି ରାତି ୮ଟା ଠାରୁ ମହାରାଷ୍ଟ୍ରରେ ୧୫ ଦିନ ପାଇଁ କର୍ଫ୍ୟୁ ଜାରି କରିଛନ୍ତି । ଗତ ୨୪ ଘଣ୍ଟାରେ

୨୪ ଘଣ୍ଟାରେ ୧.୮ ଲକ୍ଷ ମାମଲା:
ଦ୍ୱିତୀୟ ଲହରୀ ମଧ୍ୟରେ ଅନେକ ରାଜ୍ୟରେ ସଂକ୍ରମଣର ବୃଦ୍ଧି ପାଇଛି । ଏଥିରେ ମହାରାଷ୍ଟ୍ର ଛଡା, ଛତିଶଗଡ, ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ ସାମିଲ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧.୮ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି, ସେହିଭଳି ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି ।

Get real time updates directly on you device, subscribe now.