ମଧୁବନୀ ଶାଢୀରେ ଝଲସିଲେ ନିର୍ମଳା ସୀତାରମଣ, ଏହାକୁ ଉପହାର ଦେଇଥିଲେ ପଦ୍ମଶ୍ରୀ ଦୁଲାରୀ ଦେବୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧୁବନୀ କଳା ଏବଂ ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀଙ୍କ କାରିଗରୀକୁ ସମ୍ମାନ ଜଣାଇବା ଲାଗି ଏହି ଶାଢୀ ପିନ୍ଧିଛନ୍ତି।

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ଭିନ୍ନ ଷ୍ଟାଇଲରେ ନଜର ଆସିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧୁବନୀ କାରିଗରୀ ଶାଢ଼ୀରେ ସିମ୍ପଲ ଦିଶୁଛନ୍ତି। ଏହି ଶାଢ଼ୀକୁ ବିହାରର ପଦ୍ମ ପୁରସ୍କାର ପାଇଥିବା ଦୁଲାରୀ ଦେବୀ ତାଙ୍କୁ ଉପହାର ଦେଇଥିଲେ। ପ୍ରତିବର୍ଷ ବଜେଟ୍ ଦିନରେ ତାଙ୍କର ପୋଷାକ ଭିନ୍ନ ଥାଏ।

ଦୁଲାରୀ ଦେବୀ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାରର ବିଜେତା। ଯେବେ ଅର୍ଥମନ୍ତ୍ରୀ ମିଥିଳା ଆର୍ଟ ଇନଷ୍ଟିଚ୍ୟୁଟରେ କ୍ରେଡିଟ ଆଉଟରିଚ୍ ପାଇଁ ମଧୁବନୀ ଗସ୍ତ କରିଥିଲେ, ସେହି ସମୟରେ ସେ ଦୁଲାରୀ ଦେବୀଙ୍କୁ ଭେଟିଥିଲେ ଏବଂ ବିହାରରେ ମଧୁବନୀ କଳା ଉପରେ ଗଭୀର ଭାବେ ଆଲୋଚନା କରିଥିଲେ।

ସେହି ସମୟରେ ଦୁଲାରୀ ଦେବୀ ଏହି ଶାଢୀକୁ ଅର୍ଥମନ୍ତ୍ରୀଙ୍କୁ ଦେଇଥିଲେ, ଯାହାକୁ ସେ ଆଜିର ବଜେଟ୍ ଦିବସରେ ପିନ୍ଧିଛନ୍ତି।