fbpx
BJD SKY
BJD SKY

ନୀତା ଅମ୍ବାନୀଙ୍କ ବିରୋଧରେ ଦ୍ୱୈତ ସ୍ୱାର୍ଥ ଅଭିଯୋଗ, ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

BJD

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଅନ୍ୟତମ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତା ଅମ୍ବାନୀଙ୍କ ବିରୋଧରେ ଦ୍ୱୈତ ସ୍ୱାର୍ଥ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା । ସେ ଏହି ଅଭିଯୋଗ କରି କହିଛନ୍ତି ଯେ ନୀତା ଅମ୍ବାନୀ ମୁମ୍ବାଇ ଇଣ୍ଡିୟାନ୍ସ ଫ୍ରାଞ୍ଚାଇଜର ମାଲିକ ଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡାଇରେକ୍ଟର ମଧ୍ୟ ଅଛନ୍ତି । ନିକଟରେ ଏହି ଇଣ୍ଡଷ୍ଟ୍ରିଜର ଅନ୍ୟତମ ସହଯୋଗୀ ସଂସ୍ଥା ଭାୟାକମ ୧୮ ଜରିଆରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୩.୭୫୮ କୋଟି ଟଙ୍କାରେ ଆଇପିଏଲର ମିଡିଆ ଅଧିକାର କିଣିଛି । ତେଣୁ ନୀତା ଅମ୍ବାନୀ ଦ୍ୱୈତ ସ୍ୱାର୍ଥର ପରିସର ଭୁକ୍ତ ହେବା ଉଚିତ । ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ବିସିସିଆଇର ନବ ନିଯୁକ୍ତ ଏଥିକ୍ସ ଅଫିସର ତଥା ପୂର୍ବତନ ସ୍ରୁିମ କୋର୍ଟ ବିଚାରପତି ଜଷ୍ଟିସ ଭିନିତ ସରନ ଏକ ନିର୍ଦ୍ଦେଶ ଜାରି କରି ଆସନ୍ତା ସେପ୍ଟେମ୍ବର ୨ ତାରିଖ ଦିନ କିମ୍ବା ତା ପୂର୍ବରୁ ଏହି ପ୍ରସଙ୍ଗ ନେଇ ଜବାବ ଦାଖଲ କରିବା ପାଇଁ ନୀତା ଅମ୍ବାନୀଙ୍କୁ ନୋଟିସ ଜାରି କରିଛନ୍ତି ।

Get real time updates directly on you device, subscribe now.