fbpx

ଅମ୍ବାନୀ ପରିବାରର ରୟାଲ ଅନ୍ଦାଜ୍; ସାମୁହିକ ବିବାହରେ ପହଞ୍ଚିଲେ ନୀତା ଓ ମୁକେଶ ଅମ୍ବାନୀ, ନବ ଦମ୍ପତ୍ତିଙ୍କୁ ଦେଲେ ଆଶୀର୍ବାଦ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା । ଅସନ୍ତା ଜୁଲାଇ ୧୨ ତାରିଖରେ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଧୁମଧାମରେ ଆୟୋଜିତ ହେବ । ଏହି ସମାରୋହରେ ପ୍ରମୁଖ ବିଜନେସ୍ ୱାର୍ଲ୍ଡ ଠାରୁ ଆରମ୍ଭ କରି ମନୋରଞ୍ଜନ ଦୁନିଆର ଅନେକ ସେଲିବ୍ରିଟି ସାମିଲ ହେବେ । ତେବେ ଅନନ୍ତ- ରାଧିକକାଙ୍କ ପ୍ରି-ୱେଡିଂକୁ ସେଲିବ୍ରେଟ୍ କରିବା ପାଇଁ ଅମ୍ବାନୀ ପରିବାର ଆଜି ଅର୍ଥାତ ଜୁଲାଇ ୨ରେ ମୁମ୍ବାଇରେ ଏକ ସାମୁହିକ ବିବାହ ଉତ୍ସବର ଆୟୋଜନ କରିଥିଲେ । ବର୍ତ୍ତମାନ ଏହି ଭବ୍ୟ ଆୟୋଜନର ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନନ୍ତ – ରାଧିକାଙ୍କ ବିବାହ ଉତ୍ସବକୁ ନେଇ ଅମ୍ବାନୀ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ପ୍ରି-ୱେଡିଂ ପୂର୍ବରୁ ଅମ୍ବାନୀ ପରିବାର ମହାରାଷ୍ଟ୍ରର ପାଲଘର ସ୍ଥିତ ରିଲାଏନ୍ସ କର୍ପୋରେଟ ପାର୍କରେ ସୁବିଧାରୁ ବଞ୍ଚିତ କପଲଙ୍କ ପାଇଁ ସାମୁହିକ ବିବାହର ଆୟୋଜନ କରିଥିଲେ । ଏହି ବିବାହରେ ୫୦ ଜଣ ଦମ୍ପତ୍ତି ସାମିଲ ଥିଲେ । ପ୍ରାୟ ୮୦୦ ଅତିଥି ଏହି ଉତ୍ସବରେ ଯୋଗ ଦେଇଥିଲେ । ଅମ୍ବାନୀ ପରିବାର ନବ ବିବାହିତଙ୍କ ପାଇଁ ପୋଷାକ ଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ଏହି ସାମୁହିକ ବିବାହ ପରେ ନବଦମ୍ପତ୍ତିଙ୍କୁ ନୀତା ଓ ମୁକେଶ ଅମ୍ବାନୀ ଆଶୀର୍ବାଦ ଦେଇଥିଲେ । ପରେ ସେମାନଙ୍କ ପାଇଁ ବିଶେଷ ଉପହାର ମଧ୍ୟ ଦେଇଥିଲେ । ନୀତା ଓ ମୁକେଶ ଅମ୍ବାନୀଙ୍କ ପୁଅ- ବୋହୂ ଆକାଶ ଅମ୍ବାନୀ- ଶ୍ଲୋକା ମେହତା, ଝିଅ ଏବଂ ଜ୍ୱାଇଁ ଇଶା ଅମ୍ବାନୀ- ଆନନ୍ଦ ପିରାମଲ ମଧ୍ୟ ସାମିଲ ଥିଲେ । ଏହି ଉତ୍ସବରେ ନୀତା ଏକ ସୁନ୍ଦର ନାଲି ଶାଢ଼ୀରେ ନଜର ଆସିଥିବା ବେଳେ ଶ୍ଲୋକା ମେହେତା ଏକ ଶାରାରା ସୁଟ୍ ଏବଂ ଇଶା ସୁନ୍ଦର ସୁନ୍ଦର ସୁଟ ପିନ୍ଧିଥିଲେ ।

Get real time updates directly on you device, subscribe now.