fbpx

ନିତିଶ କୁମାରଙ୍କୁ ଦିଆଯାଇଥିଲା ଜୀବନରୁ ମାରିଦେବା ଧମକ, ଅପରାଧୀ ଗିରଫ

Advertisement

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ବମ୍ ପକାଇ ଜୀବନରୁ ମାରିଦେବା ଧମକ ଦିଆଯାଇଥିଲା । ବର୍ତ୍ତମାନ ପୋଲିସ ସେହି ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଥିବା କଥା ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କୁ ଗୁଜରାଟ ପୋଲିସ ସୁରତରେ ଗିରଫ କରି ବିହାର ପୋଲିସକୁ ହସ୍ତାନ୍ତର କରିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣକ ଇଣ୍ଟରନେଟ ମାଧ୍ୟମରେ ବିହାରର ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିଲା । ଯାହାପରେ ବିହାର ପୋଲିସ ଯୁବକଙ୍କୁ ଗିରଫ କରିବା ପାଇଁ ଗୁଜରାଟର କ୍ରାଇମବ୍ରାଞ୍ଚ ଟିମକୁ ସାହାଯ୍ୟ ଲୋଡିଥିଲେ । ସୁରତ କ୍ରାଇମବ୍ରାଞ୍ଚର ଏକ ଟିମ ଲାସକାନା ଗାଁର ନିବାସୀ ୨୮ ବର୍ଷୀୟ ଅଙ୍କିତ କୁମାରଙ୍କୁ ଗିରଫ କରିଛନ୍ତି ।

ଅଭିଯୁକ୍ତ ଜଣକ ୨୦ମାର୍ଚ୍ଚରେ ଇଣ୍ଟରନେଟ୍ ମାଧ୍ୟମରେ ଏକ ମିଡିଆ ଟିମ ସହ ସଂପର୍କ କରିଥିଲେ । ୩୬ ଘଣ୍ଟାରେ ମୁଖ୍ୟମନ୍ତ୍ରୀଙ୍କୁ ବମ ପକାଇ ମାରିଦେବା ପାଇଁ ଧମକ ଦେଇଥିଲେ । ସୁରତ କ୍ରାଇମ ବ୍ରାଞ୍ଚର ଟିମ୍ ଅଭିଯୁକ୍ତଙ୍କୁ ଗିରଫ କରି ପଟାଣା ଜିଲ୍ଲାର ସଚ୍ଚିବାଳୟ ଥାନାରେ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା । ବର୍ତ୍ତମାନ ଅଭିଯୁକ୍ତଙ୍କୁ ନେଇ ଏହି ଅପରାଧ ମାମଲା ଜାରି ରହିବ ।

Get real time updates directly on you device, subscribe now.