fbpx

ଡାକ୍ତରଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି: କେମିଷ୍ଟ ସପ୍‌ରେ ଲଗାଇ ପାରିବେନି ସାଇନବୋର୍ଡ

ନୂଆଦିଲ୍ଲୀ: ନ୍ୟାସନାଲ ମେଡିକାଲ କମିଶନ (NMC) ଦେଶର ସମସ୍ତ ଡାକ୍ତରଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି କରିଛି । ଏହି ଗାଇଡଲାଇନ୍ ଅନୁସାରେ କୌଣସି ଡାକ୍ତର ସାଇନବୋର୍ଡ, ଭିଜିଟିଙ୍ଗ କାର୍ଡ ଓ ପ୍ରଚାରପତ୍ର ଜରିଆରେ ଜନତାଙ୍କୁ ଭ୍ରମିତ କରିବାରୁ ବିରତ ରହିବା ଉଚିତ । କମିଶନ କହିଛନ୍ତି ସାଇନବୋର୍ଡ ଓ ଡାକ୍ତରଙ୍କ ପ୍ରେସକ୍ରିପସନ ପେପରରେ ଡାକ୍ତରଙ୍କ ନାମ,ଯୋଗ୍ୟତା, ଟାଇଟେଲ, ବିଶେଷତା ଓ ରେଜିଷ୍ଟ୍ରେସନ ନମ୍ବର ବ୍ୟତିତ ଆଉ କିଛି ବି ରହିବ ନାହିଁ ।

ଏନଏମସି ଆହୁରି ମଧ୍ୟ କହିଛି ଯେ, ଡାକ୍ତରମାନେ କୌଣସି କେମିଷ୍ଟ ସପ୍ କିମ୍ବା ଅନ୍ୟ କୌଣସି ସ୍ଥାନରେ ସାଇନବୋର୍ଡ ଲଗାଇ ପାରିବେ ନାହିଁ ଯେଉଁଠି ନା ସେମାନେ ରହୁଛନ୍ତି ନା ସେଠାରେ ସେମାନେ କାମ କରୁଛନ୍ତି । ଏହି ସମସ୍ତ କଥା କମିଶନର ଏଥିକ୍ସ ଆଣ୍ଡ ମେଡିକାଲ ରେଜିଷ୍ଟ୍ରେସନ ବୋର୍ଡ(ଇଏମଆରବି) ଏହାର ଇ-ବୁକ୍ ‘ପ୍ରଫେସନାଲ କଣ୍ଡକ୍ଟ ରିଭ୍ୟୁ ଲେସନ୍ସ ଫ୍ରମ କେସ୍ ଆର୍କାଇଭସ୍‌’ ରେ କହିଛି ।

ଏହି ପୁସ୍ତକରେ ଏହା ମଧ୍ୟ କୁହାଯାଇଛି ଯେ, ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବିଶ୍ୱାସ ଓ ଭରସା ନ ରହିବା କାରଣରୁ ଡାକ୍ତରଙ୍କ ଉପରେ କେସ୍ କରାଯିବାର ଚାନ୍ସ ବୃଦ୍ଧି ପାଉଛି । ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗର ସବୁଠାରୁ ବଡ କାରଣ ହେଉଛି କମ୍ୟୁନିକେଶନ ଗ୍ୟାପ୍ । କମିଶନ କହିଛନ୍ତି ଡାକ୍ତର କୌଣସି ବି ଫିଲ୍ଡରେଅଲଗା ଅଲଗା ଏରିଆରେ ଟ୍ରେନିଂ ହାସଲ କରିପାରିଥାନ୍ତି କିନ୍ତୁ ବିଶେଷଜ୍ଞ ବା କନସଲଟାଣ୍ଟର ଟାଇଟେଲ କେବଳ ସେହି ଡାକ୍ତର ବ୍ୟବହାର କରିବା ଉଚିତ ଯେଉଁମାନେ ଏହି ସ୍ୱତନ୍ତ୍ର ଫିଲ୍ଡରେ ଯୋଗ୍ୟତା ଅର୍ଜନ କରିଛନ୍ତି । ଅର୍ଥାତ୍ ସବୁ ଡାକ୍ତର ନିଜକୁ ସ୍ପେଶାଲିଷ୍ଟ କହିପାରିବେ ନାହିଁ ।

Get real time updates directly on you device, subscribe now.