ବଢ଼ିଲା ନ୍ୟାସନାଲ୍ ମେନ୍ସ କମ ମେରିଟ୍ ସ୍କଲାରସିପର ଆବେଦନ ଅବଧି, ବର୍ତ୍ତମାନ ଏହି ତାରିଖ ପର୍ଯ୍ୟନ୍ତ କରିପାରିବେ ଫର୍ମ ଫିଲପ୍

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ମେନ୍ସ କମ ମେରିଟ୍ ସ୍କଲାରସିପ୍ ୨୦୨୪-୨୫ ପାଇଁ ଆବେଦନ କରିବାର ଶେଷ ତାରିଖ ବୃଦ୍ଧି କରାଯାଇଛି । ଏଥିପାଇଁ ୧୫ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ । ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ୍ (ଏନଏସପି) ର ୱେବସାଇଟ୍ scholarship.gov.inକୁ ଯାଇ ଏଥିପାଇଁ ଆବେଦନ କରିବାକୁ ପଡିବ ।

ନ୍ୟାସନାଲ୍ ମେନ୍ସ କମ ମେରିଟ୍ ସ୍କଲାରସିପ୍ ଅଧୀନରେ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ୧୨୦୦୦ ଟଙ୍କା ପାଇବେ । ପୂର୍ବରୁ ଏହି ପରିମାଣ ୬ ହଜାର ଟଙ୍କା ଥିଲା । ପରେ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ନ୍ୟାସନାଲ ମେରିଟ୍ କମ ଅର୍ଥ ସ୍କଲାରସିପ୍ ପାଇଁ ଯୋଗ୍ୟତା :-

ଏହି ସ୍କଲାରସିପ୍ ଯୋଜନା ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କ ପାଇଁ ରହିଛି । ଏହାର ଉଦ୍ଦେଶ୍ୟ ହେଉଛି ଅଷ୍ଟମ ଶ୍ରେଣୀ ପରେ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କର ଡ୍ରପଆଉଟ୍ ହାର ହ୍ରାସ କରିବା । ସ୍କଲାରସିପ୍ ପାଇଁ ପିଲାକୁ ନିଶ୍ଚିତ ଭାବରେ ଅଷ୍ଟମ ପାସ୍ କରିଥିବା ଆବଶ୍ୟକ । ଆହୁରି ମଧ୍ୟ, ୫୫ ପ୍ରତିଶତ ମାର୍କ ସହିତ ସପ୍ତମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ ।
ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀମାନେ ୫୦ ପ୍ରତିଶତ ମାର୍କ ସହିତ ସପ୍ତମ ଶ୍ରେଣୀ ପାସ କରିବା ଉଚିତ୍ ।

ଆବେଦନ ସମୟରେ, ଆବେଦନକାରୀଙ୍କ ପରିବାରର ବାର୍ଷିକ ଆୟ ତିନି ଲକ୍ଷ ୫୦ ହଜାରରୁ ଅଧିକ ହେବା ଉଚିତ୍ ନୁହେଁ । ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ । କିନ୍ତୁ ଏହି ଯୋଜନା ଘରୋଇ ବିଦ୍ୟାଳୟ, ସାଇନିକ୍ ସ୍କୁଲ୍, ଜବାହର ନବୋଦୟ ବିଦ୍ୟାଲୟ ଏବଂ କେଭିଏସରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ନୁହେଁ । ଦ୍ୱାଦଶ ପାସ୍ ପର୍ଯ୍ୟନ୍ତ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । କିନ୍ତୁ ଅଧିକ ଲାଭ ପାଇବାକୁ ହେଲେ ଆପଣଙ୍କୁ ଅତିକମରେ ୬୦ ପ୍ରତିଶତ ମାର୍କ ସହିତ ଦଶମ ଏବଂ ୫୫ ପ୍ରତିଶତ ମାର୍କ ସହିତ ୧୧ ଦଶ ପାସ୍ କରିବାକୁ ପଡିବ ।